ମୁନିଗୁଡାର ରମାମଣି ନର୍ସିଙ୍ଗ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) ମୁନିଗୁଡ଼ା ଗୋବର୍ଦ୍ଧନ ଠାରେ ଏକମାତ୍ର ସ୍ଵାସ୍ଥ୍ୟ ଭିତ୍ତିକ ରମାମଣି ନର୍ସିଙ୍ଗ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପପୁନ୍ ଜେନା,ପରିଚାଳନା ନିର୍ଦ୍ଦେଶିକା ବନିତାରାଣୀ ପଟ୍ଟନାୟକ ଓ ନିର୍ଦ୍ଦେଶିକା ପ୍ରତିଶ୍ରୁତି ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ନିଳମାଧବ ହିକକା,ସମ୍ମାନିତ ଅତିଥିଭାବେ ମୁନିଗୁଡ଼ାର ବରିଷ୍ଠ ଆଇନଜୀବି ବୃନ୍ଦାବନ ଗୌଡ,ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ନୋଟାରୀ ପବ୍ଲୀକ ଅଧିବକ୍ତା ରାଧାରମଣ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ,ପରେ ମହାବିଦ୍ୟାଳୟର ନିର୍ଦ୍ଦେଶିକା ବନିତାରାଣୀ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ମହାବିଦ୍ୟାଳୟରେ ଅନୁସୂଚିତ ଜାତି ଏବଂ ଜନ ଜାତି ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ ବ୍ୟବସ୍ଥା ଥିବା ବେଳେ ୧୦୯ ଜଣ ଛାତ୍ରଛାତ୍ରୀ ବିଏସସି ନର୍ସିଂ, ଏଏନ୍ଏମ୍ ଏବଂ ଜିଏନ୍ଏମ୍ ରେ ଅଧ୍ୟୟନ କରୁଛନ୍ତି ବୋଲି ସୂଚନା ଦେଇଥିଲେ । ଏହି ମହାବିଦ୍ୟାଳୟ ସ୍ଥାପନ ମୁନିଗୁଡା ଏବଂ ଅଞ୍ଚଳ ପାଇଁ ଖୁସି ଓ ଗୌରବର ବିଷୟ ଅନୁସୂଚିତ ଜାତି,ଜନଜାତି ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଉଚ୍ଚଶିକ୍ଷା ସହ ନିଯୁକ୍ତି ଦିଗରେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ସମୃଦ୍ଧି କାମନା କରିବା ସହ ରାଜ୍ୟ ତଥା ଅଞ୍ଚଳର ଆବଶ୍ୟକତା ପୂରଣ କରିବାରେ ମହାବିଦ୍ୟାଳୟର ଏକ ମାଇଲଖୁଣ୍ଟ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଡିନ୍ ଅଭିନନ୍ଦନ ଦାସ ଏବଂ ଅଧ୍ୟାପିକା ନମ୍ରତା ନାୟକଙ୍କ ମିଳିତରେ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ଲୋଚନ ଦାସ ସହାୟତା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ରାଧାରମଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


