ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପରିଷଦ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ  ରାଷ୍ଟ୍ରଗୀତ “ବନ୍ଦେ ମାତରମ” ର  ୧୫୦ ତମ ବାର୍ଷିକୀ ଅବସରରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଏବଂ ସାମୁହିକ ଗାନ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିଲେ, ଅନ୍ୟତମ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂସ୍କୃତି ବିଭାଗ ର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଡୁଡାପିଡି ତଥା ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା, ଗଞ୍ଜାମ ଜିଲ୍ଲା ପରିଷଦ ର ଇନଚାର୍ଜ ସିଡିଓ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ,  ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ,    ଏହି ଅବସର ରେ ସାମୁହିକ ସଂଗୀତ ଗାନ ହୋଇଥିଲା,   ବନ୍ଦେ ମାତରମ କାର୍ଯ୍ୟକ୍ରମ ପ୍ରଦେଶ ସଂଯୋଜକ ନିରଞ୍ଜନ ପଣ୍ଡା  ଏବଂ  ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ , ପୁରୀ ର ଯାମିନୀ କାନ୍ତ ମିଶ୍ର  ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ l ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର  ବହୁ ଅଧ୍ୟାପକ / ଅଧ୍ୟାପିକା, ଶିକ୍ଷକ / ଶିକ୍ଷୟତ୍ରୀ ମାନେ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ