ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବୁଗୁଡା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ଶିକ୍ଷା ଅନୁଷ୍ଠାନ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲରେ ୨୦୨୫-୨୬ ଶିକ୍ଷା ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଡିସେମ୍ବର ୨୩ ତାରିଖ ଦିନ  ଉଦଘାଟିତ ହୋଇଯାଇଛି। କ୍ରୀଡା ପତାକା ଉତ୍ତୋଳନ ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରିନ୍ସପାଲ ବାଲ ଗୋପାଲ ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଶିକ୍ଷାନୁଷ୍ଠାନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ତଥା କୋଚ୍ ବି.ଗୋପାଳ ପାତ୍ର, ଚନ୍ଦନ ଏଜୁକେସନନାଲ ଚାରିଟେବଲ ଟ୍ରଷ୍ଟ ର କୋଷାଧ୍ୟକ୍ଷ ଏ.ଜାନକୀ ରାଣୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାପରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ