ଖରିଡା ମା’ ସ୍ବପ୍ନେଶ୍ୱରୀ ହାଇ ସ୍କୁଲର ବାର୍ଷିକ ଉତ୍ସବ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଳକର ଅରଖପୁର ପଞ୍ଚାୟତ ଅନ୍ତର୍ଗତ ଖରିଡା ଗ୍ରାମର ମା’ ସ୍ବପ୍ନେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ବୃନ୍ଦ ସମାଜର ମୁଖ୍ଯ ସ୍ରୋତରେ ଚାଲିବାର ସୁଗମ ରାସ୍ତା ଓ ଉତ୍ତମ ଚରିତ୍ର ଗଠନ କରିବାରେ ଅବିଭାବକ ବୃନ୍ଦଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ଡମ୍ବରୁ ଧର ସାହୁ, ବରେଣ୍ୟ ଅତିଥି ଭାବେ ବାଲିପଦର କ୍ଳଷ୍ଟର ସି.ଅର.ସି.ସି ବିଶ୍ବଜିତ ପରିଡା, ପ୍ରାକ୍ତନ ଛାତ୍ର ତଥା ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଦୀପ କୁମାର ସାହୁ, ଉ:ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ, ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରଥ, ରବିନ୍ଦ୍ର ନାଥ ବିଷୋୟୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ । ବିଦ୍ୟାଳୟର ଉର୍ମିଳା କୁମାରୀ ସ୍ବାଇଁ, ପ୍ରଣିତା ପାଣିଗ୍ରାହୀ, ସତ୍ଯ ନାରାୟଣ ଦାସ, ସୁରେନ୍ଦ୍ର କୁମାର ଗୌଡ, ସନ୍ତୋଷ କୁମାର ପାଣି, ପଦ୍ମଚରଣ ବିଷୋୟୀ, କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ କୃତୀ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାଵ କରିଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


