ରାଜ୍ୟ ୧୫ ବର୍ଷରୁ କମ ବାଳିକା କ୍ରିକେଟ ଦଳରେ ସାଇଲକ୍ଷ୍ମୀ ଜେନା

ହାଟଡିହି(ଓ୍ବାଇଏନଏସ): ବିସିସିଆଇ ପକ୍ଷରୁ ଘରୋଇ  ୧୫ ବର୍ଷରୁ କମ ବାଳିକା ଦିନିକିଆ କ୍ରିକେଟ ପାଇଁ ୧୭ ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି। ଏହି ଦଳରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସାଇଲକ୍ଷ୍ମୀ ଜେନାଙ୍କୁ ସ୍ଥାନ ମିଳିଛି। ଆସନ୍ତା ଜାନୁୟାରୀ ୨ ତାରିଖରେ ନାଗପୁର ଠାରେ ହେବାକୁ ଥିବା ୧୫ ବର୍ଷରୁ କମ ବାଳିକା କ୍ରିକେଟ ପ୍ରତିଯୋଗିତାରେ  ଓଡ଼ିଶା ସୌରାଷ୍ଟ୍ର ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ତାର ଅଭିଯାନ ଆରମ୍ଭ କରିବ। ଜିଲ୍ଲାରୁ ଏକ ମାତ୍ର ଖେଳାଳି ଭାବେ ସାଇଲକ୍ଷ୍ମୀ ଚୟନ ହୋଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବରିହା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଡିପିଓ ରାମକୃଷ୍ଣ ବେହେରା, ଓଷ୍ଟା ର ରାଜ୍ୟ ଯୁଗ୍ମ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଜିଲ୍ଲା ସମ୍ପାଦକ ରଞ୍ଜନ ଘଡେଇ, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଶାନ୍ତନୁ କୁମାର ରାଉତ, ପଦ୍ମନାଭ ସାମଲ, ଜ୍ୟୋସ୍ନାମୟୀ ଭଞ୍ଜ ପ୍ରମୁଖ ସାଇଲକ୍ଷ୍ମୀ ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଉତ୍ତରୋତର ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ