ମାଗଣା ଚକ୍ଷୁ ଚିକିତ୍ସା ଶିଵିର
ହାଟଡିହି (ଓ୍ବାଇଏନଏସ): ରାଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ଜେପିଏମ ରୋଟାରୀ କଟକ ସହାୟତାରେ ହାଵଳେଶ୍ବର ଗ୍ରାମପଞ୍ଚାୟତ ଶାଳବଣି (ଜମ୍ଭରା) ଗ୍ରାମର ରାଧାଗୋଵିନ୍ଦ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତିଙ୍କ ନେତୃତ୍ବରେ ପୁରୁଷୋତ୍ତମ ମହାନ୍ତି, ଚିତ୍ତରଞ୍ଜନ ମଲିକ୍ , ଅରୂପ ରାଉତ, ପଙ୍କଜ ବେହେରା, ସୁଶାନ୍ତ ଜେନା, ରାଜକିଶୋର ପରିଡ଼ା, ସ୍ଵୟଂ ପ୍ରକାଶ ମିଶ୍ର, ସ୍ମୃତିରଞ୍ଜନ ରାଉତ, ମନୋଜ ମଲିକ୍, ଆକାଶ ବେହେରା, ମୁକେଶ ନାୟକ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟଟିକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶହେରୁ ଉର୍ଦ୍ଧ ରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୦ ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ କଟକ ଜେପିଏମ୍ ରୋଟାରୀ କୁ ସ୍ଥାନାନ୍ତରିତ କରାଯାଇଛି। ଦୂରଦୂରାନ୍ତରୁ ଆସିଥିବା ରୋଗୀ ମାନଙ୍କୁ ଖାଇବା ପିଇବାର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ଫାଉଣ୍ଡେସନର ଏହି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।


