୪ରେ ବିବେକାନନ୍ଦ ପାଠକ ମଞ୍ଚର ଏକବିଂଶତିତମ ପ୍ରତିଷ୍ଠା ଦିବସ

ହାଟଡିହି (ଓ୍ବାଇଏନଏସ):  ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର ପକ୍ଷରୁ ୨୦୨୬ ମସିହା ଜାନୁୟାରୀ ୪ ତାରିଖ ରବିବାର ଦିନ ସକାଳ ୯ ଘଟିକାରୁ ୪ ଘଟିକା ମଧ୍ୟରେ ଜପି ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ରମ୍ପାସ ଠାରେ ଏକବିଂଶତିତମ ସ୍ଵନକ୍ଷତ୍ର ଦିବସ ପାଳନ କରିବାକୁ ଯାଉଛି। ଉକ୍ତ ଦିବସରେ ଶ୍ରେଷ୍ଠ ପାଠକ ଚୟନର ସାକ୍ଷାତ୍ କାର, ସଙ୍ଗୀତ, ହାସ୍ୟ ବ୍ୟଙ୍ଗ ଓ ପ୍ରଶ୍ନମଞ୍ଚ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରକାଶ ଥାଉ କି ଗତ ଡିସେମ୍ବର ୧୪ ତାରିଖରେ ହାଟଡ଼ିହି ପଞ୍ଚାୟତ ସମିତି ଅଧୀନ ଚାଳିଶରୁ ଉର୍ଦ୍ଧ୍ବ ସଂଖ୍ୟକ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ ପାଠକ ଚୟନ, ଓଡ଼ିଆ ଭାଷା ଜ୍ଞାନ, ଆଶୁ ଓଡ଼ିଆ କବିତା ଲିଖନ ଆଦି ପ୍ରତିଯୋଗିତାର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଦିନ ସମସ୍ତ ପ୍ରତିଯୋଗିତାର ଫଳାଫଳ ଘୋଷଣା ହେବା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ   ବହୁସଂଖ୍ୟାରେ ଯୋଗଦାନ କରି ଏହାକୁ ସଫଳ କରାଇବା ନିମନ୍ତେ ଛାତ୍ରଛାତ୍ରୀ, ପିତାମାତା, ଅଭିଭାବକ ଓ ଜନସାଧାରଣଙ୍କୁ ମଞ୍ଚ  ତରଫରୁ  ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ