ନିଜକୁ ଭିକାରି କହୁଥିବା କୋଟିପତି ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ହାଟଡିହି (ଓ୍ବାଇଏନଏସ): ଭିଜିଲାନ୍ସ ଚଢ଼ାଉ ବେଳେ ନିଜକୁ ଭିକାରି ବୋଲି କହୁଥିବା ପିଇଓ ଜିତେନ୍ଦ୍ର ଜେନାଙ୍କ ଘରୁ ତିନି କୋଟି ରୁ ଉର୍ଦ୍ଧ ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ୍ ପିଇଓ ଜିତେନ୍ଦ୍ର  କୁମାର ଜେନା। ବଞ୍ଚୋ, ବଡରମ୍ପାସରେ ଥିବା ପଞ୍ଚାୟତ ଅଫିସ୍, ବସନ୍ତିଆ ବଜାରରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ବନ୍ତଳା ସ୍ଥିତ ପୈତୃକ ଘର ଘର, ମରେଇଗାଁ ସ୍ଥିତ ତିନି ମହଲା ବିଶିଷ୍ଟ ଘର, ପତିଆରିପଲ୍ଲୀସ୍ଥିତ ଶଶୁର ଘର  ସହ ମୋଟ୍ ୬ଟି ଜାଗାରେ ଚଢାଉ ହୋଇଥିଲା। ତାଙ୍କ ନିକଟରୁ  ତିନି କୋଟିରୁ  ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆଜି ସକାଳେ ଭିଜିଲାନ୍ସ ବିଭାଗ ଜିତେନ୍ଦ୍ରକୁ ଗିରଫ କରିଛି। ଆଜି କେନ୍ଦୁଝର ସ୍ୱତନ୍ତ କୋର୍ଟରେ ତାଙ୍କୁ ହାଜର କରାଯିବ।   ଗତ କିଛି  ମାସ ହେବ ଜିତେନ୍ଦ୍ରଙ୍କ ବିରୋଧରେ ଶହ ଶହ ପିଟିସନ୍ ଭିଜିଲାନ୍ସ ଅଫିସ୍‌ରେ ପଡିଥିଲା।  ଜିତେନ୍ଦ୍ର କୋଟି କୋଟି ଟଙ୍କାର ସମ୍ପତ୍ତି ବେଆଇନ୍ ଭାବେ ଠୁଳ କରିଛନ୍ତି ବୋଲି  ଅଭିଯୋଗର ଉଲ୍ଲେଖ  ରହୁଥିଲା, । ଉକ୍ତ ପିଟିସନ୍‌ର ସତ୍ୟତାକୁ ନେଇ ଭିଜିଲାନ୍ସ ଆରମ୍ଭ କରିଥିଲା ତନାଘନା । ଏହାପରେ ବାବୁ ଜିତେନ୍ଦ୍ରଙ୍କ କଳା ସମ୍ପଭିର ତାଲିକା ଖୋଳିଥିଲା । କୋର୍ଟରୁ ଅନୁମତି ପରେ ଭିଜିଲାନ୍ସ ଗତକାଲି ଜିତେନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା। ଜିତେନ୍ଦ୍ରଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି କେନ୍ଦୁଝର ହାଟଡିହି ବିରଞ୍ଚିପୁରରେ ୩୩୦୦ ବର୍ଗଫୁଟର ୩ ମହଲା ଘର । ଜଗନ୍ନାଥପୁର ବସନ୍ତିଆ ବଜାରରେ ଦୁଇ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ୍ ଯାହା ୫ ହଜାର ବର୍ଗଫୁଟ୍‌ରେ ଠିଆ ହୋଇଛି। ଏହାର ସରକାରୀ ମୂଲ୍ୟ ୧.୩୪ କୋଟି ହେବ। ଉକ୍ତ ବଜାରରେ ୨ଟି ଗୋଦାମ ଘର ରହିଛି। ଚଣ୍ଡିଆ, ବିରଞ୍ଚିପୁର ଓ ହାଟଡିହି, ଜଗନ୍ନାଥରପୁର ମଉଜା, ବସନ୍ତିଆ ବଜାରରେ ୬ଟି ପ୍ଲଟ୍ ଠାବ ହୋଇଛି। ଏହାଛଡା ୧୦୦ ଗ୍ରାମ୍ ସୁନା, ୩୪ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ୍ ଜମା। ୧ଟି କାର, ୨ଟି ବାଇକ୍ ସହ ତାଙ୍କ ଘରୁ ୪ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ଠାବ ହୋଇଛି। ସେ ରହୁଥିବା ବିରଞ୍ଚିପୁର ମରେଇଗାଁରେ ୩ ମହଲା ଘରେ ଭିଜିଲାନ୍ସ ଚଢ଼ଉ କରି କିଛି କାଗଜପତ୍ର ଜବତ କରିଛି। ତା’ଛଡା କିଛି ବେଆଇନ୍ ସମ୍ପରି ମଧ୍ୟ ଠାବ ହୋଇଥିବା ସୂଚନା ମିଳିଛି। ଏସବୁ ସମ୍ପତ୍ତିର ସଠିକ ସୂଚନା ଦେଇ ପାରିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ