ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ଜଗନ୍ନାଥ ସ୍ୱାଇଁ ସମ୍ବର୍ଦ୍ଧିତ

କଟକ, (ଓ୍ବାଇଏନଏସ): ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ବାରବାଟୀ – କଟକ ବିଜୁ ଜନତା ଦଳ ପକ୍ଷରୁ, ନବନିର୍ବାଚିତ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ଜଗନ୍ନାଥ ସ୍ୱାଇଁ ଉପଲକ୍ଷେ ଏକ ସମ୍ବର୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିଶ୍ୱଜିତ ମହାନ୍ତି ଏବଂ ମହାମାଦ ସକିଲ ଶ୍ରୀ ଜଗନ୍ନାଥ ସ୍ୱାଇଁ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନକାରୀ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ବିଜୁ ଜନତା ଦଳର ବରିଷ୍ଠ ନେତା ବିଶ୍ୱଜିତ ମହାନ୍ତି, ମହମଦ ସକିଲ, ପ୍ରଫୁଲ୍ଲ ବେହେରା, ପ୍ରକାଶ ସି, ପ୍ରଫୁଲ୍ଲ ସାହୁ, ନନ୍ଦଲାଲ ସିଂ, ଏକ୍ରାମ ହୁସେନ, ପୁର୍ଣିମା ସିଂହ, ବାରବାଟୀ କଟକ ବିଜୁ ଜନତା ଦଳର ସମସ୍ତ କର୍ପୋରେଟର ଏବଂ ବାରବାଟୀ କଟକ ବିଜୁ ଜନତା ଦଳର ସମସ୍ତ ୱାର୍ଡ ସଭାପତି, କାଳିଚରଣ ପାଣିଗ୍ରାହୀ, ଜନଆଶିଷ ବରାଳ, ଦେବେନ୍ଦ୍ର ପାଣିଗ୍ରାହୀ, ସୟଦ ଶେଖାୱତ ଅଲି, ସକିଲ ଏକତାର, ସୌମେନ୍ଦ୍ର ସାହୁ, ସୌମେନ୍ଦ୍ରଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ