ବାଙ୍ଗୋର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ

ହାଟଡିହି, (ଓ୍ବାଇଏନଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟରେ ଆଜି ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି।  ବାଣପୁର ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଥିବାବେଳେ  ଭରଚୁଆଲ ମୋଡ଼ରେ  କେନ୍ଦୁଝର ଜିଲା  ହାଟଡିହି ବ୍ଳକର ବାଙ୍ଗୋର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଖମାରୀଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ନିର୍ବାଚନ ମଣ୍ଡଳିର ବିଧାୟକ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବିଇଓ ରାଜିବ ଦଳେଇ, ଏବିଇଓ ପ୍ରମୋଦ କୁମାର ନାୟକ, ସରପଞ୍ଚଙ୍କ ପ୍ରତିନିଧ ବସନ୍ତ କୁମାର ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା, ବିଦ୍ୟାଳୟ କମିଟିର ସଭାପତି ଦୁର୍ଯ୍ୟଧନ ନାୟକ, ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଶରତ ଚନ୍ଦ୍ର ସାହୁ, ମୋ ସ୍କୁଲ ଅଭିଯାନର ରଘୁନାଥ ପରିଡା, ଥାନା ଏସଆଇ ଯମୁନା ମାରାଣ୍ଡି, ନାରାୟଣ ଲେଙ୍କା, ପୁର୍ବତନ ବ୍ଳକ ଅଧ୍ୟକ୍ଷ ପର୍ଶୁରାମ ପେଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ପ୍ରଦିପପ୍ରଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବାବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ଦ୍ବାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ମୁଡ଼ରେ ଉଦ୍ଘାଟନ କରିବା ସମୟରେ ଉପସ୍ଥିତ ଅତିଥି,  ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ  ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ସରକାରଙ୍କର ଏଭଳି ପ୍ରୟାସ ଦ୍ୱାରା ଉତ୍ତମ ଛାତ୍ର ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ଅତିଥ ମାନେ ମତବ୍ୟକ୍ତି କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶଶି ଭୁଷଣ ପୁହାଣ ମଞ୍ଚ ସଂଯୋଜନା କରିଥିବାବେଳେ , ଶିକ୍ଷୟତ୍ରୀ ମଧୁସ୍ମିତା ଧଳ,  ଦେବାଶିଷ ଜେନା, ତିମିର ନାଶନ ଦାଶ, ଦଶରଥ ବେହେରା, ଅନ୍ନପୂର୍ଣା ଦଳେଇ, ମଞ୍ଜୁଲତା ସାମଲ, ଶୁଚିସ୍ମିତା ରାଉତ, ମହେନ୍ଦ୍ର ଶଙ୍ଖୁଆ, ଶିବ ନାରାୟଣ ସେଠୀ, ମାମାଲିସା ବାରିକ,  ନିଳୀଦ୍ରି କୁମାର ରାଉତ, ହିମାଂଶୁ  ଭୁଷଣ ପୁହାଣ, ରୁପେଲି ଆୟଚ, ସୁଶାନ୍ତ ରାଉତ, ମନୋଜ କୁମାର ଜେନା, କେଶବ ଚନ୍ଦ୍ର ସାହୁ ଆଦି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ