କଂସାର ସାହାସପୁର ଶିକ୍ଷାନିକେତନର ୧୯୯୯ବ୍ୟାଚ ବନ୍ଧୁମିଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କଂସାର -ସାହାସପୁର ଶିକ୍ଷାନିକେତନର ୧୯୯୯ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାନିକେତନର ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁପୂଜନ କରାଯାଇଥିଲା। ଏଥିରେ ବୈଷ୍ଣବ ବେହେରା, ପରମାନନ୍ଦ ସାହୁ, ବିଦ୍ୟାଧର ପଣ୍ଡା, ମାଧବ ପତ୍ରୀ, ବିଜୟ ସ୍ୱାଇଁ, କୈଳାସ ରାଉତ, ଭିକାରି ଚରଣ ସାହୁ, ସତ୍ୟଭାମା ନାୟକ ପ୍ରମୁଖ ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଇଂ ପ୍ରିୟବ୍ରତ ଦାସ, ସରୋଜ, ସଞ୍ଜୀବ, ପ୍ରମୋଦ ପରିଡା, ଜଗବନ୍ଧୁ ବେହେରା, ରଞ୍ଜନ, ଦିଲ୍ଲୀପ, ଜ୍ୟୋତିର୍ମୟୀ, ବବି, ନନ୍ଦିନୀ, ରୁବତା, ରୁବି ଓ ସ୍ୱର୍ଣ୍ଣପ୍ରଭା ପ୍ରମୁଖ ଯୋଗଦେଇ ସହଯୋଗର ହାତ ବଢାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା।


