ଗଜପତିରେ ଶଙ୍ଖ ଧରିଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲାର କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା, ଓ ଖାଣ୍ଡବା ପଞ୍ଚାୟତ ପୂର୍ତୀଗୁଡ଼ା ଗ୍ରାମର କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଭାବମୂର୍ତ୍ତୀ ଏବଂ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ରାଜନୀତି ଉପରେ ଭରସା ରଖିଥିବା ସହ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରେ ଚାଲିଥିବା ବିଶୃଙ୍ଖଳା ଓ ନେତାଙ୍କ ଛକାପଞ୍ଝା ରାଜନୀତିରେ ଅତିଷ୍ଠ ହୋଇ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସେମାନେ କହିଛନ୍ତି. ଏହି କର୍ମୀମାନେ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗ ଦେବା ଯୋଗୁଁ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡି ପାଇଁ ବେଶ ଲାଭଦାୟକ ହେବ ବୋଲି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା କର୍ମୀ ଓ ନେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


