ଆନ୍ଧ୍ର ନମ୍ବର ଥିବା ଗାଡ଼ିରୁ ଗଜପତିର ଧାନମଣ୍ଡିରେ ଧାନ ଗ୍ରହଣ କରାଯାଉ ନାହିଁ: ଚାଷୀ ମହଲରେ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା )ଆନ୍ଧ୍ରପ୍ରଦେଶ ନମ୍ବର ରହିଥିବା ଯେକୌଣସି ଗାଡି ଯଥା ଟ୍ରାକ୍ଟର, ଟ୍ରକ ଓ ମ୍ୟାସ୍କ ପିକଅପ ଆଦିରେ ଗଜପତି ଜିଲ୍ଲାର ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଲେ ପ୍ରଶାସନ ଏହି ଗାଡିର ଧାନକୁ ଗ୍ରହଣ କରୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି. ଘଟଣା ନେଇ ଚାଷୀ ଓ କୃଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି.   ଗଜପତି ଜିଲ୍ଲାର ଚାଷୀ ଓ କୃଷକମାନଙ୍କ ସହ ମାକ୍ସ ପିକ୍‌ଅପ୍ ଡ୍ରାଇଭର ସଂଘ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ଭେଟି ଘଟଣା ନେଇ ଜଣାଇବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ଅଞ୍ଚଳରେ ଆନ୍ଧ୍ର ପଞ୍ଜୀକରଣ ଗାଡ଼ି ବହୁ ସଂଖ୍ୟରେ ରହିଛି। ତେଣୁ ଚାଷୀମାନେ ଏହି ଗାଡି ଗୁଡିକରେ ମଣ୍ଡିକୁ ଧାନ ଆଣୁଛନ୍ତି. ହେଲେ କାହିଁକି ଗଜପତି ପ୍ରଶାସନ ଆନ୍ଧ୍ର ନମ୍ବର ଥିବା ଗାଡ଼ିରୁ ମଣ୍ଡିରେ ଧାନ ଗ୍ରହଣ କରୁ ନାହାନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ