ମୁନିଗୁଡାରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ସରକାରୀ ନୋଡାଲ ହାଇୟେର ସେକେଣ୍ଡାରୀ ସ୍କୁଲ ପରିସରରେ ପରିବେଶ ଅଧ୍ୟୟନ କେନ୍ଦ୍ର ଓଡିଶା ତରଫରୁ ପରିବେଶ ପାଇଁ ସ୍ଥାୟୀ ଜୀବନଶୈଳୀ ଉପରେ ଆଧାରିତ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧକ୍ଷ ଦୁଷ୍ମନ୍ତ ମାଝୀଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀଙ୍କ ସଂଯୋଜନାରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥିଭାବେ ବିଇଓ ଗଣେଶ ଶବର,ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନନ୍ଦ କିଶୋର ପଟ୍ଟନାୟକ,ସିଆରସିସି ବାଲାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ମେଳାକୁ ଉଦଘାଟନ କରିଥିଲେ l ପରେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ବିଜ୍ଞାନ ମେଳାରେ ମୁଖ୍ୟ ଉଦେଶ୍ୟ ଏବଂ ଜୀବନରେ ବିଜ୍ଞାନର ମହତ୍ୱ ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟ କମାଇବା,ଜଳ ସଂରକ୍ଷଣ, ସଞ୍ଚିତ ଜଳ, ସେଭ ଏନୋର୍ଜି, ସୂର୍ଯ୍ୟ ଶକ୍ତିର ବ୍ୟବହାର, ସୌର ସଂଚାର, ଘରେ ବିଦ୍ୟୁତ ଉତ୍ପାଦନ ଏବଂ ଜୈବିକ ଉଦ୍ୟାନ ତିଆରି ଭୋଳି ମୋଟ 26 ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିବା ବେଳେ ବିଚାରକ ମଣ୍ଡଳୀ ଭାବେ ମୁନିଗୁଡାର ସରକାରୀ ନୋଡାଲ ହାଇୟେର ସେକେଣ୍ଡାରୀ ସ୍କୁଲର ପଦାର୍ଥ ବିଜ୍ଞାନ ଅଧାପକ ମାନସ ରଞ୍ଜନ କର,ଉଦ୍ଭିଦ ବିଜ୍ଞାନର ଅଧାପକ ଅଭିଷେକ ପଣ୍ଡା ଓ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଜ୍ଞାନେଶ୍ବରୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକୁ ବିଚାର କରିଥିଲେ l ସେହିପରି ଦ୍ଵିତୀୟ ପର୍ଯ୍ୟୟରେ ଅତିଥି ମାନେ ଉପସ୍ଥିତ ରହି ଏହି ପ୍ରଦର୍ଶନୀ ମେଳାରେ ପ୍ରଥମ ସ୍ଥାନରେ ଅନସୁଲ ସୁବୁଦ୍ଧି, ଦ୍ଵିତୀୟ ସ୍ଥାନରେ ଅଙ୍କିତା ମହାପାତ୍ର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପୁନମ ସାମଲଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରିବା ସହ ଆଗାମୀ ଦିନରେ ହେବାକୁଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିବେ ବୋଲି ସୂଚନା ଦେଇଥିଲେ l ଉକ୍ତ ବିଜ୍ଞାନ ମେଳାକୁ ସ୍କୁଲର ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀ,ସୁନିତା ପାଣି,ବିଜ୍ଞାନୀ ଗୌଡ଼,ବାଣିଶ୍ରୀ ପଣ୍ଡା,ଅଦିତି ଚୌଧୁରୀ, ରଶ୍ମିରାଣୀ ସେଠୀ,ଏଲ.ଗୀତା,ଶିକ୍ଷକ ସୋମନ ଶବର,ଟଙ୍କଧର ମାଝୀ,ଅନିଲ ମଲିକ,ସାର୍ଥକ ଚୌଧୁରୀ,ଦୀପ୍ତିମାନ କାଡ୍ରାକା,ଦୟାନିଧି ଶବର,ଅଧ୍ୟାପିକା ପୂଜା ଷଡ଼ଙ୍ଗୀ,ସୌମ୍ୟ ସୁଚରିତା ପ୍ରଧାନ, କର୍ମଚାରୀ ଚନ୍ଦନ ମାଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


