ଚକରପଡାରେ ଧାନକିଣା ଆରମ୍ଭ : ଖୁସିହେଲେ ଚାଷୀ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଖରିଫ ଋତୁ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ଖୋଲିଲା ଧାନ ମଣ୍ଡି । ଏଣିକି ଚାଷୀ ମାନେ ନିଜ କଷ୍ଟ ଅର୍ଜିତ ଫସଲ ବିକ୍ରି କରି ପାରିବେ । ପୁରୀ ଜିଲ୍ଲା ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଂ ଅସ୍ତରଙ୍ଗ ଶାଖା ଅଧୀନ ଚକରପଡା ସେବା ସମବାୟ ସମିତି ତରଫରୁ ଗୁରୁବାର ଧାନମଣ୍ଡିରେ ଚାଷୀଙ୍କ ଠାରୁ ଖରିଫ ଧାନ କ୍ରୟ ଶୁଭାରମ୍ଭ ହୋଇଛି। ଚକରପଡା ସେବା ସମିତି ସମ୍ପାଦକ ପବିତ୍ର ରାଉତ, ଆର ଏମ୍ ସି କ୍ୱାଲିଟି ଟେଷ୍ଟ ଅଫିସର ବିନୟ କୁମାର ବିଶ୍ୱାଳ,ମଣ୍ଡି ନୋଡାଲ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ, ସଭାପତି ଲକ୍ଷ୍ମୀଧର ସ୍ୱାଇଁ, ଆଞ୍ଚଳିକ କ୍ଷେତ୍ର ଅଧିକାରୀ ଅସିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଧାର୍ଯ୍ୟ ବାରରେ ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଧାନ ବିକ୍ରି କରି ପାରିବେ ଚାଷୀ।ଚଳିତ ବର୍ଷ ଚକରପଡା ସେବା ସମବାୟ ସମିତିରେ ୪୫୨ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ଦିନରେ ୭ଜଣ ଚାଷୀ ୩ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଛନ୍ତି। ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରେ କହିଥିଲେ ଚଳିତ ବର୍ଷ ସୁରୁଖୁରୁରେ ଧାନ କିଣିବା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସୋସାଇଟି ସମ୍ପାଦକ, ମିଲର ଙ୍କ ମଧ୍ୟ ଆଲୋଚନା କରାଯାଇଛି। ଧାନ ଦେବାର ଚାଷୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଚଳିତ ବର୍ଷ ଶତ ପ୍ରତିଶତ ଧାନ ଉଠାଇବାକୁ ଲକ୍ଷ ରଖିଛି ପ୍ରଶାସନ। ଚାଷୀ ମାନେ ମଣ୍ଡିରେ ଧାନ ଦେଇ ଖୁସି ହୋଇଥିଲେ।


