ବୁଦ୍ଧାଶ୍ରମରେ ନିଜ ଜନ୍ମଦିନ ନିଆରା ଭାବେ ପାଳନ କଲେ କାଉନସିଲର

ଛତ୍ରପୁର (ଓ୍ବାଇଏନଏସ): କିଏ ନିଜ ଜନ୍ମଦିନ କୁ କେକ କାଟି ମନାଉଥିବା ବେଳେ କିଏ ମିଷ୍ଠାନ ଓ ଭୋଜି ଭାତ ଆସର କରି ଖୁସି ହେଉଛନ୍ତି l ମାତ୍ର ଛତ୍ରପୁର ଏନଏସି ର ୧୦ ନଂ ୱାର୍ଡ କାଉନସିଲର ତଥା ଯୁବ ସମାଜସେବୀ ଦେବାଶିଷ ମିଶ୍ର ଆଜି ( ବୁନୁ ଭାଇ) ନିଜ ଜନ୍ମଦିନ  ଏକ ନିଆରା ଭାବେ ପାଳନ କରିଛନ୍ତି l  ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତରସରସିଙ୍ଗି ଠାରେ ଥିବା  ବୃଦ୍ଧାଶ୍ରମ ରେ  ସେ ପହଂଚି ବୃଦ୍ଧବୃଦ୍ଧାଙ୍କ ମୁହଁ ରେ ହସ ଫୁଟାଇ ନିଜ ଜନ୍ମ ଦିନ ପାଳନ କରିଛନ୍ତି l ସେମାନଙ୍କ   ନିମନ୍ତେ ଉତ୍ତମ ଖାଦ୍ୟ  ର ବ୍ୟବସ୍ଥା କରିବା ସହିତ କାଉନସିଲର ଶ୍ରୀ ମିଶ୍ର ସମସ୍ତଙ୍କୁ ନିଜ ହାତରେ  ବିଭିନ୍ନ ଖାଦ୍ୟ ପରିସୀଥିଲେ l ଏହା ସହିତ ସେମାନଙ୍କ ସହ କିଛି ସମୟ ବିତାଇଥିଲେ  l  ଏହି ଅବସର ରେ ଟ୍ରଷ୍ଟ ର ଉପଦେଷ୍ଟା ତଥା ଆଇନ ଜୀବି ଡ଼ଃ ପ୍ରଶାନ୍ତ କୁମାର ଶତପଥି, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ l ସୂଚନା ଯୋଗ୍ୟ ଯେ କାଉନସିଲର ଶ୍ରୀ ମିଶ୍ର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଦୀର୍ଘ ବର୍ଷ ହେଲା ବିଭିନ୍ନ ସାମାଜିକ କାର୍ଯ୍ୟ ରେ କରି ଆସୁଛନ୍ତି l ଅସହାୟ ବୃଦ୍ଧ ବୃଦ୍ଧା ନିମନ୍ତେ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ  ପଂଚାୟତ ର ବ୍ରାହ୍ମଣିଆପଲ୍ଲୀ ଠାରେ ଏକ ଵୃଦ୍ଧାଶ୍ରମ ନିର୍ମାଣ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ