ନେତାଙ୍କ ପୋଲ ଖୋଳୁଛି ସୋସିଆଲ ମିଡିଆ
ବୈାଦ୍ଧ (ଯୁଗାବ୍ଦ ନୁୃ୍ୟଜ) : ଫେସବୁକ ସାଉଣ୍ଟୁଛି ବିଭିନ୍ନ ପ୍ରାର୍ଥୀ ମାନଙ୍କ ଲୋକ ପ୍ରିୟତା । କେଉଁ ପ୍ରାର୍ଥୀ କେତେ ଆକଟିଭ , ସୋସିଆଲ ମିଡିଆ ରେ କାହାର ବଢୁଛି କ୍ରେଜ । ଏବେ ଯୁବପିଢି ମାନଙ୍କ ପାଇଁ ସୋସିଆଲ ମିଡିଆ ପାଲଟିଛି ମୁଖ୍ୟ ମାଧ୍ୟମ । ଫେସବୁକ ପୋଲ ହିନ କହୁଛି କାହାର ପଲା କେତେ ଭାରି । ଫେସବୁକ ପୋଲ କଣ ବାସ୍ତବିକରେ ଭୋଟ ରେ ପରିଣତ ହେବ , ନା ନାହିଁ ! ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସୋସିଆଲ ମିଡିଆର ବ୍ୟବହାର ଉପରେ ନିର୍ବାଚନ କମିଶନ ଙ୍କ କଟକଣା ରହିଥିଲେ ବି ଫେସବୁକ ରେ ଲାଗିପାରୁନି ଅଙ୍କୁଶ । ଦେଖିବା ଆଜି ଓଡିଶା ର ଏକ୍ସ୍ଳୁସିଭ ରିପୋର୍ଟ । ନେତାଙ୍କ ଫେସବୁକ ପୋଲ ।
ଖାଇଲେ,ବସିଲେ, ଶୋଇଲେ, ଏପରିକି ସବୁବେଳେ ଆଣ୍ଡ୍ର୍ରୋଏଡ ଫୋନ ବ୍ୟ୍ବହାର ର ମାତ୍ରା ଯେତିକି ବାଢୁଛି ସେହି ଅନୁପାତରେ ବଢି ଚାଲିଛି ସୋସିଆଲ ମିଡିଆ ର ବ୍ୟବହାରିତା । ବିଶେଷ କରି ସୋସିଆଲ ମିଡିଆରେ ଯୋଡି ହେଉଛନ୍ତି ଯୁବପିଢି । ଆଉ ବାଛୁଛନ୍ତି ମନ ପସନ୍ଦର ନେତା । ଏହାର ମାଧ୍ୟମ ପାଲଟିଛି ଏବେ ଫେସବୁକ । ଆଉ ଫେସବୁକ ପୋଲ ଖୋଳୁଛି ନେତାଙ୍କ କ୍ରେଜ । କାହା ସପକ୍ଷରେ ଯୁବପିଢି । କାହାକୁ ଦେଉଛନ୍ତି କେତେ ଭୋଟ । ଯୁବପିଢି ମାନେ ଫେସବୁକ ରେ ଏକାଉଣ୍ଟ ଖୋଲି ନେତାମାଙ୍କୁ ନେଇ କରୁଛନ୍ତି ପୋଲ । ଦୁଇଟି ନେତାଙ୍କ ଫଟୋ ରଖାଯାଉଛି । ଆଉ ଫେସବୁକ ଫ୍ରେଣ୍ଡ୍ସ ମାନେ ଯାହାକୁ ପସନ୍ଦ କରୁଛନ୍ତି ସେହି ନେତାଙ୍କ ଫଟୋ ଉପରେ ଆଙ୍ଗୁଠି ଦବାଇ ଭୋଟ ଦେଉଛନ୍ତି । ଫେସବୁକ ପୋଲ କଣ ଭୋଟ ରେ ପରିଣତ ହେବ ନା ଏହା ଯୁବପିଢି ଙ୍କ ପାଇଁ ମନୋରଞ୍ଜନ କେବଳ । ଯାହା ହେଉନା କାହିଁକି ବିଭିନ୍ନ ଦଳର ନେତା ମାନଙ୍କୁ ନେଇ ଫେସବୁକ ପୋଲରେ ପ୍ରତିଦ୍ୱନ୍ଦିତା କରାଇ ନେତାଙ୍କୁ ଖୁସି କରାଇବା ଏବଂ ଯୁବପିଢି ଭୋଟର ଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ଚାଲି ରହିଛି ପ୍ରୟାଶ ।
ଏହି ପୋଲ ହେଉଛି କନ୍ଧମାଳ ସାଂସଦ ପ୍ରାର୍ଥୀ ଙ୍କୁ ନେଇ । ଏଥିରେ ବିଜେପି ର ସାଂସଦ ପ୍ରାର୍ଥୀ ଐର ଖାରବେଳ ସ୍ଵାଇଁ ଏବଂ ଅନ୍ୟପଟେ ବିଜେଡି ର ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଙ୍କୁ କରାଯାଇଛି ଫେସବୁକ ପୋଲ । ବିଜେଡି ବିଜେପି ପ୍ରାର୍ଥୀ ଙ୍କୁ ନେଇ ଫେସବୁକ ପୋଲ ରେ ପ୍ରତିଦ୍ୱନ୍ଦିତା କରାଯାଇଛି । ଏଥିରେ ମୋଟ ୧୪୦୦ ଜଣ ଭୋଟ ଦେଇଛନ୍ତି । ଏଥିରେ ବିଜେପିର ସାଂସଦ ପ୍ରାର୍ଥୀ ଙ୍କୁ ୭୭ ପ୍ରତିଶତ ଫେସବୁକ ବ୍ୟବହାରି ଙ୍କ ସମର୍ଥନ ରହିଥିବାବେଳେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଙ୍କୁ ମିଳିଛି ୨୩ ପ୍ରତିଶତ ସମର୍ଥନ । ଆଉ ଏ ପୋଲ ହେଉଛି କଣ୍ଟାମାଳ ବିଧାନସଭା ଆସନ ର । କଣ୍ଟାମାଳ ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଥିବା ନେଇ ଚର୍ଚା ଲାଗିରହିଥିବାବେଳେ ଫେସବୁକ ପୋଲ ବି ତାର ଇସାରା ଦେଇଛି । ଫେସବୁକ ପୋଲ ରେ ମହୀଧର ରଣା ଙ୍କୁ ୪୯ ପ୍ରତିଶତ ଫେସବୁକ ବ୍ୟବହାର କରୁଥିବା ଲୋକେ ପସନ୍ଦ କରୁଥିବାବେଳେ ୫୧ ପ୍ରତିଶତ ଲୋକେ ପସନ୍ଦ କରିଛନ୍ତି ବିଜେପି ର ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଙ୍କୁ । ଏହାର ପଛରେ ପଡିଣି ବୌଦ୍ଧ ବିଧାନସଭା ଆସନ । ଏଠାରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମତ ଏବଂ ବିଜେପିର ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଙ୍କୁ ନେଇ ହୋଇଛି ଫେସବୁକ ପୋଲ । ଦେଖନ୍ତୁ ଏହି ଫେସବୁକ ପୋଲ କୁ । ଫେସବୁକ ପୋଲର ପ୍ରଭାବ କଣ ଭୋଟ ରେ ପରିଣତ ହେବ ନା ନାହିନ ତାହା ତ ଭିନ୍ନ କଥା । ହେଲେ ପୋଲ କୁ ନେଇ ଯୁବପିଢି ଙ୍କ ମଧ୍ୟରେ ଲାଗୁଛି ଚର୍ଚା । ଫେସବୁକ ପୋଲ କେବଳ ମନୋରଞ୍ଜନ ପାଇଁ କରାଯାଉଛି କିଏ କହୁଛି ତ ଆଉ କିଏ କହୁଛି ଫେସବୁକ ପୋଲ ହିଁ ବୟାନ କରୁଛି କେଉଁ ନେତା ବିଜୟୀ ହେବ ୨୦୧୯ ନିର୍ବାଚନରେ ବୋଲି କହିଛନ୍ତି । ସୋସିଆଲ ମିଡିଆ ବ୍ୟବହାରିତା ନେଇ ନିର୍ବାଚନ କମିଶନ ରୋକ ଲଗାଇଥିଲେ ବି ଫେସବୁକ ରେ ଲାଗି ପାରୁନି ଅଙ୍କୁଶ । ଏହାକୁ ନେଇ କଣ କହୁଛନତି ନିର୍ବାଚନୀ ସମୀକ୍ଷକ ଶୁଣନ୍ତୁ । ୨୦୧୯ ନିର୍ବାଚନ ମଇଦାନ କୁ ଓହ୍ଳାଇଥିବା କିଛି ନେତା ଙ୍କ ପୋଲ ଖୋଲିଛି ଫେସବୁକ । ତେବେ ଏହି ପୋଲ କଣ ସତରେ ଭୋଟ ରେ ପରିଣତ ହେବ ନା ନାହିଁ ତାହା ନିର୍ବାଚନ ଫଳାଫଳ ହିଁ କହିବ ।


