ସାଧାରଣତନ୍ତ୍ର ଦିବସ ପାଇଁ ଆସିକାରେ ପ୍ୟାରେଡ୍ ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍) :ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ୭୭ତମ ସାଧାରଣତନ୍ତ୍ର ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ଆସିକାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆସିକାରେ ସମବାୟ ଚିନିଶିଳ୍ପ ଠାରୁ ଆରମ୍ଭକରି ଆସିକା ବିଜ୍ଞାନ ମହାବିଦ୍ୟାଳୟ, ପିଏମ୍ଶ୍ରୀ ହରିହର ହାଇସ୍କୁଲ, ସରକାରୀ ଟେକ୍ନିକାଲ ହାଇସ୍କୁଲ, ଆରିୟନ୍ ପବ୍ଳିକ୍ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ବହୁ ଶିକ୍ଷାନୁଷ୍ଠାନ ଗୁଡିକ ପକ୍ଷରୁ ପ୍ୟାରେଡ୍ ଅଭ୍ୟାସ ଆଜି ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ନିରାପତ୍ତା ଅଧିକାରୀ ରାମପ୍ରସାଦ ୟାଲମୋଙ୍କ ନେତୃତ୍ୱରେ ବରିଷ୍ଟ ନିରାପତ୍ତାରକ୍ଷୀ ଦାମୋଦର ସିୟ, ଲକ୍ଷ୍ମୀନାରାୟଣ ସାହୁ, ସନ୍ତୋଷ କୁମାର ବାଡତ୍ୟା, ରଜତ କୁମାର ପ୍ରଧାନ, ଶିବରାମ ରାଉଳ, ଏ.ପଂଚାନନ ପାତ୍ର, ତ୍ରିଲୋଚନ ନାୟକ, ବିମ୍ବାଧର ପ୍ରଧାନ, ଅମର କୁମାର ରାୟ, ବିନୋଦ ଛେତ୍ରୀ, ରତନ କୁମାର ସ୍ୱାଇଁ, ବଳରାମ ଜେନା, ଏସ୍.ଆପାରାଓ, ମନୋଜ କୁମାର ନାହାକ, ଚନ୍ଦ୍ରଶେଖର ସ୍ୱାଇଁ, ବିନୋଦ ରାୟ, ରାଜେଶ୍ ପ୍ରଧାନ, ସାଗର ଥାପ୍ପା, ପ୍ରଶାନ୍ତ କୁମାର ନାହାକ, ଇନ୍ଦ୍ରମଣି ବେହେରା, ନରେଶ୍ ରାୟ, ପ୍ରଦୀପ କୁମାର ସ୍ୱାଇଁ, ଶିବରାମ ନାୟକ, ବିଷ୍ଣୁ ରାୟ, ବିକାଶ ସାର୍କି, ଦିନେଶ୍ ଛତ୍ରିଙ୍କ ସମେତ ସୁରକ୍ଷା କର୍ମୀମାନେ ପ୍ୟାରେଡ୍ ରିହାର୍ସଲ୍ କରୁଥିବା ବେଳେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମଧ୍ୟ ସ୍କାଉଟ୍ସ୍, ଗାଇଡ୍ ଓ ସମରଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ମାନେ ମଧ୍ୟ ନିଜନିଜ ଶିକ୍ଷାନୁଷ୍ଟାନରେ ପ୍ୟାରେଡ୍ ଅଭ୍ୟାସ ଜାରି ରଖିଥିବା କରିଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପରେ ଆସନ୍ତା ସୋମବାର ଦିନ ପାଳିତ ହେବାକୁ ଥିବା ୭୭ତମ ସାଧାରଣତନ୍ତ୍ର ଦିବସକୁ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି ।


