ଗଞ୍ଜେଇ ଭଳି ବଢ଼ିବ ଗୁଟଖା ଚୋରା କାରବାର

କୋକସରା,(ଗଣେଶ କୁମାର ଭାଟି ): ଜିଏସଟିରେ ନିଶା ଜାତୀୟ ଦ୍ରବ୍ୟ ଗୁଟଖା, ସିଗାରେଟ, କଡା ଜିନିଷ ଉପରେ ୪୦ ପ୍ରତିଶତ ଅଧିକ ଲଗାଇବା ପରେ ରାଜ୍ୟ ସରକାର ଦୁଇ ଦିନ ତଳେ ରାଜ୍ୟରେ ସମ୍ପୂର୍ଣ ଗୁଟଖା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଯାହାକି ସ୍ବାଗତ ଯୋଗ୍ୟ ପଦକ୍ଷେପ ଏମିତି ଦେଶରେ ଅନେକ ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ବନ୍ଦ ଆଗରୁ ହୋଇ ଯାଇଥିଲେ ମଧ୍ୟ ଗୁଟଖା ବନ୍ଦ ରାଜ୍ୟରେ ଏବେ ମଧ୍ୟ ପ୍ରବଳ ମାତ୍ରାରେ ଗୁଟଖା ବିକ୍ରି ହେଉଛି ଏକଥା ସମସ୍ତେ ଜାଣିଛନ୍ତି। ପଶ୍ଚିମ ଓଡ଼ିଶାରେ ମୁଖ୍ୟ ତ ସଫଳ, ସିନେ ତାରକା ଙ୍କ ଦ୍ବାରା ବିଜ୍ଞାପିତ ବିମଲ୍ ଓ ଆଉ କିଛି ଅନ୍ୟ ଗୁଟଖା ପ୍ରବଳ ପରିମାଣରେ ବିକ୍ରି ହୋଇଥାଏ । ଯଦି ଗୁଟଖା ବନ୍ଦ ପାଇଁ ବାସ୍ତବରେ ସରକାର ଚାହୁଛନ୍ତି ତାହା ହେଲେ ଗୁଟଖା ଉତ୍ପାଦନ ଫ୍ୟାକ୍ଟି ଓ କମ୍ପାନୀକୁ ବନ୍ଦ କରିଦେଲେ ପ୍ରାୟ ସମସ୍ୟାର ସମାଧାନ ହୋଇଯିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଗୁଟଖା ବ୍ୟାନ କରିବାର କାରଣ ସରକାର କହୁଛନ୍ତି କ୍ୟାନସର ରୋଗ କମିବ ଯଦି ଗୁଟଖା ବନ୍ଦ ହେଲେ କେନସର ଭଳି ରୋଗ କମିବ ତାହାହେଲେ ମଦ ବନ୍ଦ ହେଲେ ତ ଓଡ଼ିଶା ଦୁର୍ଘଟଣା ଶୂନ୍ୟ ରାଜ୍ୟରେ ପରିଣତ ହେବ । ତେଣୁ ଗୁଟଖା ବନ୍ଦ ପାଇଁ ଯେମିତି ରାଜ୍ୟ ସରକାର ଅଣ୍ଟା ଭିଡ଼ି ରାଜ୍ୟରେ ଗୁଟଖା ବନ୍ଦ କଲେ ରାଜ୍ୟରେ ମଦ କେବେ ବନ୍ଦ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଥ‌ିବା କିଛି ବଡ଼ ବଡ଼ ବେପାରୀଙ୍କ ପାଖରେ ବହୁ ସଂଖ୍ୟାରେ ସଫଳ, ବିମଳ ଭଲି ଗୁଟଖା ଷ୍ଟକ ରହିଥ‌ିବା ଚର୍ଜା ହେଉଥ‌ିବା ବେଳେ ବେପାରୀ ମାନେ ୧୨୫ ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା ସଫଳ ଓ ବିମଳ ବର୍ତ୍ତମାନ ଦୁଇରୁ ତିନି ଗୁଣା ବିକ୍ରି ହେଉଥ‌ିବା ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ