ଭୀଷ୍ମଗିରିରେ ପ୍ରତିବାଦ ସଭା ଓ ଗଣଧାରଣା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ ଶାଖା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶାଖା କମିଟି ସଭାପତି ବି. ସୁକୁଟା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଚାଷୀ ସଙ୍ଗଠକ ବୃନ୍ଦାବନ ପଣ୍ଡା, ନିରଞ୍ଜନ ମହାନ୍ତି, ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର,ଭୀଷ୍ମଗିରି ଶାଖା ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀ,ସହ – ସମ୍ପାଦକ ଅଶୋକ ସେଠୀ, ଅଖିଳ ଭାରତ ଯୁବ ସଂଘ ର ଜିଲା କାର୍ଯ୍ୟକର୍ତ୍ତା ଦୈତାରି ରେଡ୍ଡୀ, ଚାଷୀ ଏସ.ବିଚିତ୍ର,ରଘୁନାଥ ପାତ୍ର,ପ୍ରକାଶ ଗୌଡ଼ ପ୍ରମୁଖ ଙ୍କ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ସମବାୟ ସମିତି ର ଧାନମଣ୍ଡି ରେ  କଟନି ଛଟନି ନାଁରେ ଚାଷୀମାନଙ୍କ ଠାରୁ କ୍ଵିଣ୍ଟାଲ ପ୍ରତି ୪ କେଜି ଧାନ କାଟି ନେବା ସହିତ ବିଗତ ତିନିବର୍ଷ ଧରି ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ମାଗଣାରେ ଅଖା ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଚାଷୀଙ୍କୁ ଦିଆନଯାଇ ହଡ଼ପ କରାଯାଇଛି।ସେବା ସମବାୟ ସମିତିର କୃଷକ ମାରଣ ନୀତି ଓ ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣର ଶିକାର ହୋଇ ଚାଲିଛି । ଭୀଷ୍ମଗିରି ସମବାୟ ସମିତି ରେ ରେଜିଷ୍ଟ୍ରିଭୁକ୍ତ ୫୪୦ ଚାଷୀଙ୍କ ଠାରୁ ଅନ୍ୟୁନ ୧୧ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଉଥିବା ବେଳେ ପ୍ରତି କ୍ଵିଣ୍ଟାଲ ପିଛା ୨ ଟି ଝୋଟ ଅଖାର ବଜାର ମୂଲ୍ୟ ୫୪ ଟଙ୍କା ଏବଂ ଅଖା ର ଓଜନ ଭରଣା ପାଇଁ ୧ କେଜି ଧାନ ଓ କଟନି ଛଟନି ନାଁରେ ୪ କେଜି ଧାନର ସରକାରୀ ମୂଲ୍ୟ ଓ ଅଖା କ୍ରୟ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ଅନ୍ୟୁନ ୨ ଶହ ଟଙ୍କା କ୍ରମରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ନେଇ ଦଳୀୟ ନେତୃବୃନ୍ଦ ବୃନ୍ଦ ସଭାରେ ଅଭିଯୋଗ କରିଥିଲେ।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କ ଠାରୁ ଠକି ନିଆଯାଇଥିବା ଟଙ୍କା ତୁରନ୍ତ ଫେରସ୍ତ କରାଯିବା ସହ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାରେ ଦାବି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ