ଡାକ ବିତରକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ମାଗୁଣି ଚରଣ ଯେନା ଆଜି ଚାକିରିରୁ ଅବସର ଗ୍ରହଣ କଲେ। ସେ ୧୯୮୬ ରୁ ୨୦୨୬ ଦୀର୍ଘ ୪୦ବର୍ଷ ଧରି ସେ ଡାକ ବିତରକ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କ ପୂର୍ବରୁ ତାଙ୍କ ବାପା ସ୍ଵଗର୍ତ ନୀଳମଣି ଯେନା ବି ଏଇ ଡାକ ବିତରକ ଭାବେ ୧୯୪୭ ମସିହାରୁ ୧୯୮୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୯ ବର୍ଷ କାର୍ଯ୍ୟ କରି ଡାକ ବିଭାଗ ପାଇଁ ତାଙ୍କ ପରିବାର ୮୦ ବର୍ଷର ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ବିଦାୟୀ ସମାରୋହ ରେ ଡାକ ବିଭାଗର ଅକ୍ଷୟ କୁମାର ସା, ସନ୍ତୋଷ କୁମାର ମଲ୍ଲିକ, ଲାଲ ମୃତ୍ୟୁଞ୍ଜୟ ପଣ୍ଡା, ବୁଧିରାମ ସୟ, ଲକ୍ଷ୍ମୀ ହାଁସଦା, ଅର୍ଜୁନ ଓଝା, ଦାମୋଦର ଜେନା, ଅଜୟ ଯେନା, ସତ୍ୟାନନ୍ଦ ଯେନା , ଜ୍ୟୋତି ବଳ ପ୍ରମୁଖ ଯୋଗଦେଇ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅବସର ସମୟରେ ତାଙ୍କର ପୂର୍ବ ସ୍ମୃତିକୁ ରୋମନ୍ଥନ କରିଥିଲେ।


