ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଆରଡ଼ି ,(ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅବସରପ୍ରାପ୍ତ ବିଦାୟୀ ଶିକ୍ଷକ ଅଭିରାମ ପଣ୍ଡା ଓ ଅବସରପ୍ରାପ୍ତ ବିଦାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦେବକୀ ସ୍ବାଇଁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଦାଧର ନାୟକ ମୁଖ୍ୟ ଅତିଥି, ସେବା ନିବୃତ୍ତ କ୍ରୀଡ଼ା ଶିକ୍ଷକ ରକ୍ଷାକର ବିଶ୍ବାଳ, ସାହୁସାହି ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ସୁନ୍ଦରପୁର ଦଧିବାମନ ଜୀଉ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା, ମଠଡିହ ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିଲ୍ଲୀପ ଶେଖର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ବିଦ୍ୟାଳୟ କମିଟି ବରିଷ୍ଠ ସଭ୍ୟ ଦେବେନ୍ଦ୍ର ନାଥ ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଛାତ୍ରୀଛାତ୍ରଙ୍କ ପ୍ରତି ୨ଜଣ ବିଦାୟୀ ବ୍ୟକ୍ତିତ୍ବଙ୍କର ବିଦ୍ୟାଳୟ ପ୍ରତି ଅବଦାନ ଅଭୁଲା ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତି ଲତା ପାକଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡା ଓ ବିଦାୟୀ କର୍ମଚାରୀ ଶ୍ରୀମତୀ ସ୍ବାଇଁ ଏହି ବିଦାଳୟ ସେମାନଙ୍ଗ ପାଇଁ ସଦା ସର୍ବଦା ଜାଜ୍ବଲ୍ଯମାନ ହୋଇ ରହିବ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଉଭୟ ବିଦାୟୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷକ ଦୀପ୍ତି ରଞ୍ଜନ ଖିଳାର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନାରେ ସହଯୋଗ ଯୋଗାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ