ସିପିଆଇ ଶାଖା ସମ୍ମିଳନୀ : ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମ ରେ ବୁଧବାର ସିପିଆଇ ର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।   କମ୍ରେଡ଼. ବିଶିକେଶନ ବଢ଼େଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀ ରେ ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ କମ୍ରେଡ. ଅଳକ ନାଥ ମିଶ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ଓ ଜାତୀୟ ସ୍ତରରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଦରଦାମ ବୃଦ୍ଧି ରୋକିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କୁ ସେ ତୀବ୍ର ସମାଲୋଚନା କରିଥିଲେ।ସରକାରୀ ଧାନ ମଣ୍ଡି ମାନଙ୍କରେ କଟନି ଛଟନି ନାଁ ରେ ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।ଗ୍ରାମର ପୋଖରୀ ପୁନଃରୁଦ୍ଧାର କରାଯିବା ସହ ଗ୍ରାମକୁ କଂକ୍ରିଟ ରାସ୍ତା ନିର୍ମାଣ।  ତାଳପଡ଼ା,ପୋଡ଼ାବାଡ଼ି,ଧେରେଣ୍ଡି,ନୂଆଗୁମା,ପୁରୁଣାଗୁମା ଗ୍ରାମକୁ ଲକ୍ଷ୍ମୀ ବସ ଚଳାଚଳ କରିବା।ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରିବା ସହ ଚାଉଳ ଯୋଗାଇଦେବା।ବୃଦ୍ଧା ବୃଦ୍ଧ ଓ ଦିବ୍ୟାଙ୍ଗ ଙ୍କୁ ଭତ୍ତା ପ୍ରଦାନ କରାଯିବା।ଭୂମିହିନ ଙ୍କୁ ଜମି ଓ ଗୃହହୀନ ଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା।ଦଖଲ ଜଙ୍ଗଲ ଜମି ର ସମ୍ପୃକ୍ତ ପରିବାର ଙ୍କୁ ପଟ୍ଟା ଯୋଗାଇଦେବା। ପୋଡ଼ାବାଡ଼ି ଗାଁ ଠାରୁ ପନାଡ ଗାଁ କୁ କଂକ୍ରିଟ ରାସ୍ତା ନିର୍ମାଣ କରାଯିବା। ଗ୍ରାମସଭା କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇଦେବା ପ୍ରଭୃତି ଦାବୀ ନେଇ ସମ୍ମିଳନୀରେ ସବିଶେଷ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସମସ୍ତ ଜନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାର୍ଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମ୍ମିଳନୀରେ ସିପିଆଇ ଶାଖା ସମ୍ପାଦକ କମ୍ରେଡ. ସୋମନାଥ ଦଳାଇ,ସହ – ସମ୍ପାଦକ କମ୍ରେଡ. ରାଜେଶ କୁମାର ଦଳାଇ,ସକ୍ରିୟ ସଭ୍ୟ ଲକ୍ଷ୍ମୀ ଦଳାଇ,ଶଙ୍କର ସେଠୀ,ପ୍ରଦୀପ କୁମାର ଦଳାଇ,ଦୁର୍ଯୋଧନ ପ୍ରଧାନ,ଯୁବରାଜ ପ୍ରଧାନ,ହରିଶ୍ଚନ୍ଦ୍ର ଦଳାଇ,ରାମକୃଷ୍ଣ ଦଳାଇ,ତପସ୍ଵିନୀ ନାୟକ ପ୍ରମୁଖ ବହୁ ସଂଖ୍ୟକ ପାର୍ଟି ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ