ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ଭାବେ ଆଦର୍ଶଙ୍କ ଯୋଗଦାନ

କଟକ(ଓ୍ବାଇଏନଏସ) : କଟକ ଜିଲ୍ଲା ଜାତୀୟ ରାଜପଥ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଂ ଆଦର୍ଶ ପାଣିଗ୍ରାହୀ ଆଜି ତାଙ୍କ କ୍ୟାଣ୍ଟେନ ମେଣ୍ଟ ରୋଡ଼ ସ୍ଥିତ କାର୍ଯ୍ୟାଳାୟରେ ଯୋଗ ନେଇଛନ୍ତି ! ପୂର୍ବରୁ ଏଠାରେ ଥିବା ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ସର୍ବୋଚ ଯନ୍ତ୍ରୀ (ଇ.ଆର.ସି )ଙ୍କ କାର୍ଯ୍ୟାଳୟ ର ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଇଂ ପାଣିଗ୍ରାହୀଙ୍କୁ କଟକ ରେ ଅବସ୍ଥାପିତ କରାଯାଇ ଥିଲା.କାର୍ଯ୍ୟରେ ଯୋଗଦାନ ପରେ ସେ ଜିଲ୍ଲାରେ ଚାଲୁରହିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସହିତ ରାଜ୍ୟ ସରକାର ଙ୍କ ଅଧୀନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟ ଧାରାକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମ୍ପର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ପରାମର୍ଶ ଦେଇଛନ୍ତି ! ତାଙ୍କର ଏହି ଦାୟିତ୍ୱ ଗ୍ରହଣ ବେଳେ ନିର୍ବାହୀ ଯନ୍ତ୍ରୀ ଜୟ କୃଷ୍ଣ ରାଉତ , ବିକାଶ ବାବୁ,ମୁନିନ୍ଦ୍ର ଗଡ଼ ନାୟକ, ଶ୍ରୋତଲିନା ଦାସ, ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ଭର୍ଦ୍ଧିତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ