ଶନିଦେବଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦାସ୍ଥିତ ଶ୍ରୀ ଶ୍ରୀ ଶନିଦେବ ମନ୍ଦିରର ୯ମ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗୁରବାର ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଧନି ସା ପୁଷ୍କରିଣୀରୁ ୫୧ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । କୈଳାସ ଚନ୍ଦ୍ର ଚଢେଇ, ଉର୍ମିଳା ଚଢେଇ ମୁଖ୍ୟ କଳସ ଧାରଣ କରିଥିବା ବେଳେ ଗ୍ରାମବାସୀ ମାନେ ପାଶ୍ୱର୍ କଳସ ଧାରଣ କରିଥିଲେ । ଶୁକ୍ରବାର ଯଜ୍ଞାରମ୍ଭ, ଗ୍ରହ ଉପଚାର ପୂଜା, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବସନ୍ତ କୁମାର ମିଶ୍ର ପୂଜା କାର୍ଯ୍ୟ ଓ ଭଦ୍ରକରୁ ଆଗତ ବଦ୍ରୀ ନାରାୟଣ ପଣ୍ଡା, କମଳାକାନ୍ତ ପାଢ଼ୀ, ବାରିପଦାରୁ ଆଗତ ଦୀଲିପ କୁମାର ଦାଶ, ଜଲେଶ୍ୱରରୁ ଆଗତ ସର୍ବେଶ୍ୱର ଶତପଥୀ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ୨ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ