ବିଶ୍ୱ ପରିବେଷ ଦିବସ ପାଳିତ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ବନ ବିଭାଗ ତରଫରୁ ବିଶ୍ୱ ପରିବେଷ ଦିବସ ପାଳନ ଅବସରରେ ସଚେତନତା ସଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡାର ନୂତନ ବସଷ୍ଟାଣ୍ଡ ପରିସରରେ ରେଞ୍ଜର ପ୍ରବୀଣ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ପରିବେଶବିତ ଜଗନ୍ନାଥ ଜଗନ୍ନାଥ ନୁଣ୍ଡ୍ରୁକା,ବଣିକ ସଙ୍ଘର ସଭାପତି ପ୍ରଦୀପ ପରିଛା, ଜନନେତା ରାମଚନ୍ଦ୍ର ବେହେରା, ବିଜେପି ମଣ୍ଡଳ ସଭାପତି ସୁବାଷ ଗୌଡ଼,ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ଉପ ସଭାପତି ମନୋରଞ୍ଜନ ଦଳାଇ, ରୋଟାରୀ କ୍ଳବ ସଭାପତି ନରେଶ ପାତ୍ର, ରାଜେଶ ଜୈନ,ସୁଦାମ ପଣ୍ଡା,ଗୌରୀ ଶଙ୍କର ପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ରେଞ୍ଜର ଶ୍ରୀ ଦାସ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇବା ସହ ବର୍ତମାନ ସମୟରେ ଜୀବନକୁ ଯେପରୀ ଅମ୍ଳଜାନ ନିହାତୀ ଜରୁରୀ ହୋଇପଡିଛି ତେଣୁ ବୃକ୍ଷ ରୋପଣ କରିବା ଜରୁରୀ ଏବଂ ସମସ୍ତେ ନିଜ ନିଜ ଘରେ ବୃକ୍ଷ ରୋପଣ କରିବା ନିହାତୀ ଆବଶ୍ୟକ ଏବଂ ବୃକ୍ଷ ରୋପଣ କରିବା ଯେତିକି ଜରୁରୀ ବୃକ୍ଷର ରକ୍ଷଣ ବେକ୍ଷଣ ମଧ୍ୟ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ l ପରେ ମୁନିଗୁଡା ଫୋରେଷ୍ଟର ପ୍ରୋମଦିନୀ ମାଣ୍ଡାଙ୍ଗୀ ଓ ରୋନିତ ମହାରଣାଙ୍କ ମିଳିତ ନେତୃତ୍ୱରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ସଚେତନତା ସଭାଯାତ୍ରାରେ ବାହାରି ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଗୋବର୍ଦ୍ଧନ ଛକ ସ୍ଥିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ପରେ ଜଗନ୍ନାଥ ମନ୍ଦିର ପରିସରରେ ପରିବେଶକୁ ଉପଯୋଗୀ ହେଉଥିବ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନ ବିଭାଗର ଫୋରେଷ୍ଟର ରଞ୍ଜିତ ଶ୍ରୀରାମ,ହେମା ଶବର,ଅଶ୍ୱିନୀ କରକରିଆ,ସୁଜାତା ସୁନାମୁଦୀ,ଶୁଭସ୍ମିତା ନାୟକ, ମାଝୀ ମହାପାତ୍ର,ବନରଖି ଉପେନ୍ଦ୍ର ମାଳି,ଅହୋଲ୍ୟା ପାତ୍ର,ପ୍ରଭାତ ବେହେରା,କମଲ ନାଗ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି  ପରିଚାଳନା ଓ ସହଯୋଗ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ