ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ପରୀକ୍ଷାରେ ସଫଳତା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ର ନବମ ସଂସ୍କରଣ କାର୍ଯ୍ୟକ୍ରମ ସ୍ଥାନୀୟ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏଲ୍ଇଡି ମାଧ୍ୟମରେ ସିଧାପ୍ରସାରଣ ଅନୁଷ୍ଠିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦେଖିଥିବା ଲକ୍ଷ୍ୟ କରାଯାଇଥିଲା । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ନବମ ସଂସ୍କରଣରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାରେ ସଫଳତା ପାଇଁ ମାର୍ଗଦର୍ଶନ କରିବା ସହ ଭାବ ବିନିମୟ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଶିକ୍ଷକ ଜଗବୀର ସିଂ, ଅଶ୍ୱିନୀ କର୍ମକାର୍, ରୋଜାଲିନ୍ ସାହୁ, ପୂଜା, ଟି.ବଂଶୀମୋହନ କ୍ରିଷ୍ଣା, ରୋଜବନ୍ତୀ, ଦେବୀ ପାୟନ ଭଟ୍ଟାଚାର୍ଜୀ, ଶଶୀଭୂଷଣ ରଥ, ସୁବ୍ରତ କୁମାର ସେଠୀ, ସିମାଂଚଳ ବିଷୋୟୀ, ହୀନା ଜରିନ୍, ଅଭିଷେକ କୁମାର ବର୍ମା, ପ୍ରଶାନ୍ତ ମୀନା, ଅମିତା ଦୁବେ, ସୌମ୍ୟା ସୁରଭିକା, ସତ୍ୟବାଦୀ ବେହେରା, ପିକଲ ନାରାୟଣ, ଆରତୀ ପରିଡା, ଶିବନନ୍ଦିନୀ ପାଢୀ, ଏମ୍.ସନ୍ତୋଷିନୀ ପାତ୍ର, ଚିନ୍ମୟୀ ସାହୁ, ହରେକୃଷ୍ଣ ପାଣିଗ୍ରାହୀ, ହରେକୃଷ୍ଣ ବିଷୋୟୀ, ନାରାୟଣ ପାତ୍ର, ଅମୀୟ ରଂଜନ ସାବତ, ଚନ୍ଦନ ଲୁହାର, ଶ୍ରଦ୍ଧାଞ୍ଜଳୀ ମହାପାତ୍ର, ସାସ୍ୱତୀ ସ୍ୱାଇଁ, କୁମୁଦ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକରାତ୍ମକ ବିଚାର ସହ ଆଗକୁ ବଢିବା ଲାଗି ପ୍ରେରିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ପଦକ୍ଷେପକୁ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


