ହସ୍ତତନ୍ତ ଏବଂ ଝୋଟ ମାର୍କ ଉପରେ କର୍ମଶାଳା

କଟକ, (ଓ୍ବାଇଏନଏସ): ହସ୍ତତନ୍ତ ଏବଂ ଝୋଟ ମାର୍କ ବା (ହାଣ୍ଡଲୁମ ଏଣ୍ଡ ଜ୍ୟୁଟ୍ ମାର୍କ) ଉପରେ ଏକ ସ୍ୱତନ୍ତ୍ର ସଚେତନତା କର୍ମଶାଳା ଆଜି ତଳ ବାଲିଯାତ୍ରା ପଡିଆରେ ଚାଲିଥିବା ସ୍ୱଦେଶୀ ମେଳା ୨୦୨୬ରେ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ସହ ମିଳିତ ଭାବରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ତତ୍ୱାବଧାନରେ ଓରମାସ ଦ୍ୱାରା ଅନୁଷ୍ଠିତ ଏହି କର୍ମଶାଳାରେ ସ୍ୱଦେଶୀ ଅର୍ଥନୀତି ପାଇଁ ହସ୍ତତନ୍ତ ଓ ଝୋଟର ମାର୍କ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଏଫପିଓ, କାରିଗର ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ପାଦର ପ୍ରାମାଣିକତା, ଗୁଣବତା ସୁନିଶ୍ଚିତ କରିବା ଏବଂ ଉତମ ବଜାର ଚିହ୍ନଟ କରିବାର ହସ୍ତତନ୍ତ ମାର୍କ ଓ ଝୋଟ ମାର୍କର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା । ବୟନଶିଳ୍ପ ବିଭାଗର ବିଶେଷଜ୍ଞମାନେ ପଞ୍ଜିକରଣ ପ୍ରକ୍ରିିୟା, ପ୍ରମାଣପତ୍ରର ଲାଭ ଏବଂ ଗ୍ରାହକଙ୍କ ବିଶ୍ୱାସ ବୃଦ୍ଧି କରିବା ସହିତ ଏହି ମାର୍କଗୁଡିକ ପାରମ୍ପରିକ କାରିଗରମାନଙ୍କୁ ସୁରକ୍ଷା ଦେବାରେ କିପରି ସାହାଯ୍ୟ କରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପଦକ୍ଷେପ ସ୍ୱଦେଶୀ ଶିଳ୍ପକୁ ସୁଦୃଢ କରିବା, ପ୍ରକୃତ ହସ୍ତତନ୍ତ ଏବଂ ଝୋଟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ସଚେତନତା ଓ କ୍ଷମତା ନିର୍ମାଣ ମାଧ୍ୟମରେ ତୃଣମୂଳ ସ୍ତରର ଉତ୍ପାଦକମାନଙ୍କୁ ସଶକ୍ତ କରିବା ଦିଗରେ ଓରମାସର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ