ସର୍ବଭାରତୀୟ କବାଡି ପ୍ରତିଯୋଗିତା: ଓଡିଶା ଟିମରେ ବୁଗୁଡା ବ୍ଳକର ଭଞ୍ଜ କିଶୋର ଗୌଡ଼

ବୁଗୁଡା, (ଓ୍ବାଇଏନଏସ) : ଚଣ୍ଡୀଗଡରେ ଅନୁଷ୍ଠିତ ପୁରୁଷ ବିଭାଗ ସର୍ବଭାରତୀୟ କବାଡି ପ୍ରତିଯୋଗିତାରେ ବୁଗୁଡା ବ୍ଳକର ତାଳସାକର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓଡ଼ିଶାର ୧୦ ଜଣିଆ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇ ଚଣ୍ଡୀଗଡ ଯାତ୍ରା କରିଛନ୍ତି। ସର୍ବଭାରତୀୟ ସ୍ତରରେ ମାଧ୍ୟମିକ ଶିକ୍ଷା ବିଭାଗ ପୁରୁଷ କ୍ରୀଡା ଶିକ୍ଷକମାନଙ୍କ  ଅଲ ଇଣ୍ଡିଆ ସିଭିଲ ସର୍ଭିସେସ କବାଡି ଟୁର୍ଣାମେଣ୍ଟ ୨୦୨୫-୨୬ (ପୁରୁଷ ବିଭାଗ) ଆସନ୍ତା ୯/୦୨/୨୬ ତାରିଖ ଠାରୁ ୧୪/୦୨/୨୬ ତାରିଖ ପର୍ଯ୍ୟନ୍ତ ଚଣ୍ଡୀଗଡ ସେକ୍ଟର-୪୨ କବାଡି ପଡିଆରେ ଅନୁଷ୍ଠିତ ହେବାକୁଯାଉଛି। ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୩୨୧୩ ତାରିଖ ୪/୦୨/୨୬ ପ୍ରକାରେ ସର୍ବଭାରତୀୟ ସ୍ତରର ଏହି ପୁରୁଷ ବିଭାଗ ପିଇଟିମାନଙ୍କ କବାଡି ପ୍ରତିଯୋଗିତାରେ ଓଡିଶାରୁ ମୋଟ ୧୦ ଜଣ କ୍ରୀଡା ଶିକ୍ଷକ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ କ୍ରୀଡା ଶିକ୍ଷକ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ବୁଗୁଡା ବ୍ଳକ ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଅନ୍ୟତମ। ସର୍ବଭାରତୀୟ କବାଡି ପ୍ରତିଯୋଗିତାରେ ବୁଗୁଡା ବ୍ଳକର ଭଞ୍ଜ କିଶୋର ଗୌଡ଼ ସ୍ଥାନ ପାଇ ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଥିବାରୁ ବୁଦ୍ଧିଜୀବୀ ଓ କ୍ରୀଡା ପ୍ରେମୀ ବୃନ୍ଦ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ