ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍) :ଆସିକା ସହରର କେନ୍ଦ୍ର ସ୍ଥଳରେ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ସର୍ବପୁରାତନ ପିଏମ୍ଶ୍ରୀ ହରିହର ହାଇସ୍କୁଲର ୧୧୦ ତମ ବାର୍ଷିକୋତ୍ସବ ସମାରୋହ ଶନିବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଙ୍ଗୀତ କୁମାର ପାଢୀ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଆସିକା ପ୍ରେସ୍କ୍ଳବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ରଥ, ସରକାରୀ ଏନ୍ଏସ୍ ହାଇସ୍କୁଲର ପ୍ରଧାନଶିକ୍ଷକ ବଳରାମ ପଣ୍ଡା, ଶିକ୍ଷାନୁଷ୍ଠାନର ଆଲୁମିନି କମିଟିର ସଭାପତି ପ୍ରଦୀପ କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ ପ୍ରମୁଖ ଯୋଗଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ଉପରେ ସ୍ମୃତି ଚାରଣ କରି ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ କହିଲେ ଯେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ବାର୍ଷିକତ୍ସୋବ ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷରେ ବିଦ୍ୟାଳୟରସ୍ତରରେ ଟପର୍ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଆକାଶ ମହାନ୍ତି ଓ ଅମିତା ନାହାକ ଓ ଯୋଗଗୁରୁ ଗୁଣ୍ଡିଚା ମହାରଣାଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକଙ୍କୁ ବିମୋହିତ କରିଦେଇଥିଲା । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ୧୧୦ ତମ ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ବାର୍ଷିକ ବିବରଣୀ ପଠନ କରି ଉଚ୍ଚ ବିଦ୍ୟାଳୟର ଅତୀତ ଗୌରବ ଉପରେ ସ୍ମୃତିଚାରଣ କରିବା ସାଙ୍ଗକୁ ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଓ ସୃଜନଶୀଳତାକୁ ବିକଶିତ କରିବା ପାଇଁ ିନିଆଯାଉଥିବା ବହୁବିଧ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ବାର୍ଷିକୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ରଜନୀରାଣୀ ଦାଶ, ରଂଜିତ୍ କୁମାର ପ୍ରଧାନ, ଅର୍ଚ୍ଚନା କୁମାରୀ ପାଢୀ, ପ୍ରଶାନ୍ତ କୁମାର ନାୟକ, ମମତା କୁମାରୀ ଭଂଜ, ନର୍ମଦା କୁମାରୀ ସ୍ୱାଇଁ, ଚନ୍ଦ୍ରିକା ସୁନା, ଦେବେନ୍ ନାୟକ, ଶୁଭେନ୍ଦୁ କୁମାର ମିଶ୍ର, ରଶ୍ମିତା କୁମାରୀ ମିଶ୍ର, ଅଜିତ କୁମାର ରଣା, ବଟକୃଷ୍ଣ ଗୌଡ, ମନୋରଂଜନ ପଣ୍ଡା, ସବିତା କୁମାରୀ ତ୍ରିପାଠୀ, ଗାୟତ୍ରୀ ପାତ୍ର, ଜୁଲି ରଥ, ଅନିଲ୍ କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା


