ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗରେ ଶୋକ
ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ଅନ୍ତର୍ଗତ ବେଣାପଡା ଗ୍ରାମର ହରପ୍ରସାଦ ମହାନ୍ତି (୫୪)ଙ୍କର ରବିବାର ପରଲୋକ ଘଟିଛି। ସେ କିଛିଦିନ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁତ୍ୟୁବରଣ ହୋଇଛି | ତାଙ୍କର ମୁତ୍ୟୁଖବର ପ୍ରଚାର ହେବା ପରେ ନାଉଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ସେ ବେଣାପଡା ଭାଗବତ ପରିବାର ସହିତ ଜଡିତ ଥିଲେ | ସେ ଜଣେ ଈଶ୍ୱର ବିଶ୍ୱାସୀ , ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ | ତାଙ୍କ ପରଲୋକରେ ବାବା ସତ୍ୟାନନ୍ଦ ଦାସ, ବିଧାୟକ ଅମରେନ୍ଦ୍ର ଦାସ , ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ଡା. ଲଲାଟେନ୍ଦୁ ମହାପାତ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି , ନାଉଗାଁ ୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଅଲଣା ପଞ୍ଚାୟତ ସରପଞ୍ଚ ଚନ୍ଦ୍ରମଣି ବେହେରା , ଘୋଡ଼ାଂଶ ପଞ୍ଚାୟତ ସମିତିସଭ୍ୟ ମିଟୁ ବାରିକ , ପୂର୍ବତନ ସରପଞ୍ଚ ସୁରେଶ ଚନ୍ଦ୍ର ସାହୁ, ନବକିଶୋର ମହାନ୍ତି , ସୁଶାନ୍ତ ମଲ୍ଲିକ , ସମାଜସେବୀ ସୁବ୍ରତ ରାୟ ,ପବିତ୍ର ମୋହନ ନାୟକ , ସୁଶାନ୍ତ ରାୟ , ଦେବାଶିଷ ରାୟ , ପ୍ରଶାନ୍ତ ମିଶ୍ର , ପ୍ରମୋଦ ରାୟ , ବିଜୟ ପରିଡା , ଅଲଣା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା ସୁବାଷ ମହାନ୍ତି , ସୁଶାନ୍ତ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି | ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଏକମାତ୍ର ପୁଅ ସୌରଜିତ ମହାନ୍ତି ମୁଖାଗ୍ନି ଦେଇଥିଲେ | ପୁତୁରା ସନ୍ଦୀପ ମହାନ୍ତି , ଝିଅ ଏମ ସୌରଦୀପ୍ତା, ପରିବାର ବର୍ଗ , ଜ୍ଞାନ୍ତିପ୍ରିୟଜନ ଉପସ୍ଥିତ ଥିଲେ |


