ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର,(ସରୋଜ ପଣ୍ଡା)ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଶ୍ରୀ ପଦ୍ମଲୋଚନ ପାଣ୍ଡାଙ୍କ ନେତୃତ୍ୱରେ ସମିତିର ଅନ୍ୟ ସଦସ୍ୟମାନେ ଯଥା ମାନ୍ୟବର  ବିଧାୟକ, ଘଷିପୁରା  ବଦ୍ରୀ ନାରାୟଣ ପାତ୍ର, ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ ପାତ୍ର ଏବଂ ମାନ୍ୟବର  ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ଚାନ୍ଦିପୁର ସ୍ଥିତ ପାନ୍ଥନିବାସରେ ପର୍ଯ୍ୟଟନ ବିଭାଗ, ବନ ବିଭାଗ ସମେତ ଟାଟା ପାୱାର ସଂପୃକ୍ତ ବିଭିନ୍ନ ବିଷୟ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ଶ୍ରୀ ଦୀପଙ୍କର ମହାପାତ୍ର, ଡାଇରେକ୍ଟର, ପର୍ଯ୍ୟଟନ ବିଭାଗ; ଶ୍ରୀ ଧର୍ମେନ୍ଦ୍ର ମଲିକ, ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (OTDC) ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଡିଏଫଓ, ଏସଇ, ଟିପିଏନଓଡିଏଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସହିତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ବୈଠକରେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପର୍ଯ୍ୟଟନ ପ୍ରକଳ୍ପ ସମେତ ଅନ୍ୟ ପ୍ରୋଜେକ୍ଟ ଓ ପ୍ରସ୍ତାବିତ ପର୍ଯ୍ୟଟନ ଏବଂ ବିକାଶମୂଳକ ପ୍ରକଳ୍ପମାନଙ୍କର ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ