ନାଉଗାଁ ମା’କୁତାମଚଣ୍ଡୀ ମନ୍ଦିରରୁ ଚୋରି
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ମା’କୁତାମଚଣ୍ଡୀ ମନ୍ଦିରରୁ ଚୋରି ଯାଇଥିବା ନେଇ ମନ୍ଦିରର ପୂଜକ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂଜକ ଜୟଦେବ ପାଢୀଙ୍କ ଅଭିଯୋଗ ମୁତାବକ ସେ ଗୁରୁବାର ସଂଧ୍ୟାରେ ମା’ଙ୍କ ପୂଜା କାର୍ଯ୍ୟ ସାରି ମନ୍ଦିର ପହଡ ପକାଇ ଯାଇଥିଲେ। ଶୁକ୍ରବାର ସକାଳେ ପୂଜା କରିବା ପାଇଁ ମନ୍ଦିର କବାଟ ଖୋଲିବା ବେଳକୁ କବାଟରେ ଲାଗିଥିବା ଖିଡିକି ଟି ଆପେ ତଳେ ପଡିଯାଇଥିଲା। କେହି ଦୁବୃତ କବାଟ ଭାଙ୍ଗି ମନ୍ଦିରରେ ଥିବା ପିତଳ ଘଂଟ,ଢାଳ,ରୂପା ମୁକୁଟ,ରୂପା ଆଖି,ଜିଭ ଆଦି ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ୫୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।


