ଷୋଡ଼ଶ ଶତାଦ୍ଦୀର ପାତାଳେଶ୍ବର ମନ୍ଦିର ଶୈବଭକ୍ତଙ୍କ କେନ୍ଦ୍ରବିନ୍ଦୁ
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ଥେରୁବାଲି ନିକଟ ପାଇପଡ଼ା ଗାଁରେ ରହିଛି ଐତିହାସିକ ପାତାକେଶ୍ବର ମନ୍ଦିର ଓଡ଼ିଶାର ପୁରାତନ ଶୈବକ୍ଷେତ୍ର ମଧ୍ୟରୁ ପାତା ଲେଶ୍ବର ଅନ୍ୟତମ । ଜନସୃତି ଅନୁଯାୟୀ ଏକ ଗୁମ୍ଫା ଭିତରୁ ବଡ଼ ପଥର ଫାଟି ତା ମଧ୍ୟରୁ ମହାଦେବ ବାହାରି ଥିବାରୁ ଏହା ପାତାଳେଶ୍ବର ନାମରେ ପରିଚିତ ଶ୍ରୀରାମଙ୍କ ନୀଳାଞ୍ଚଳ ଗ୍ରସ୍ତ ସମୟରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ ନାଆଁ ବିଜୟ ପାଇଁ ଏହି ବାଟ ଦେଇ ଯାଉଥିବା ସମୟରେ ମା’ ଦକ୍ଷିଣ କା ଳୀ ପାତାଳେଶ୍ବରଙ୍କ ନିକଟରେ ପୂଜାର୍ଜନା କରି ୯୯୯ହଜାର ୯୯୯ଶିବ ଲିଙ୍ଗ ସମେତ ଶିବ, ବିଷ୍ଣୁ. ଓ ମା’ ଦକ୍ଷିଣକାଳୀ ଏଠାରେ ପୂଜା ପାଆନ୍ତି। ମନ୍ଦିର ପରିସରରେ ଛୋଟ ବଡ଼ ମନ୍ଦିର ନିର୍ମାଣ ହୋଇଛି! ଉତ୍କଳୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହି ପ୍ରାଚୀନ ମନ୍ଦିର ଆଜି ବି ଦେଖିବାକୁ ଜୀବନ୍ତ । ମନ୍ଦିର ପରିସରରେ ସ୍ଥାପିତ ବିଭିନ୍ନ ଯନ୍ତ୍ର ସମୂହ ଅତି ପୂଜାତନ ଶୈବ ଶକ୍ତ ଜୈନ ଓ ବୌଦ ମୂର୍ତ୍ତି ଦେଖିବାକୁ ମିଳିଥାଏ । ମୂର୍ତ୍ତିର ସୂକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଭାଗ ବିହ୍ବଳ କରୁଥିବା ବେଳେ ମନ୍ଦିର ନିର୍ମାଣ ଶୈଳୀ ଅତ୍ୟନ୍ତ ମନଲୋଭା। ଷୋଡ଼ଶ ଶତାବ୍ଦୀର ଏହି ଅଞ୍ଚଳ ସଦପୁର ଓ ପରେ ନନ୍ଦ୍ ପୁର ରାଜାଙ୍କ ଦ୍ବାରା ପରିଚାଳିତ ହେଲା ମନ୍ଦିର ରୋଷଣା ବେକ୍ଷଣ ଜଣେ ଆଦିବାସୀଙ୍କ ଦ୍ଵାରା କରାଯାଉଥିଲା। ନନ୍ଦପୁର ରାଜା ମୁକୁନ୍ଦଦେବ ନିଜ ଶାସନ କାଳରେ ପୁରୀର ୨୪ ବ୍ରାହ୍ମଣ ପରିବାରକୁ ଏଠାକୁ ଆଣିଥିଲେ ମନ୍ଦିର ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ପ୍ରଶ୍ନତତ୍ତ୍ଵ ବିଭାଗ ହାତକୁ ନେଇଥିଲେ ।କେଉଁ ପୂରାତନ ବାଳରୁ ଏହି ମନ୍ଦିର ନିର୍ମାଣ ହୋଇଥିରେ ମଧ୍ୟ ଆଜି ହିଁ ଏହାର ନିର୍ମାଣ ଶୈଲୀ କଳା ସ୍ଥାପତ୍ୟ ବିଦ୍ୟାର ଅତ୍ୟାଧୁନିକ ଭାବେ ମୁକସାକ୍ଷୀ ଭାବେ ପ୍ରତିୟମାନ! ଲୋକଗାଥା ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ନୀଳାଚଳ ଓ କାଞ୍ଚି ବିଜୟ ସହିତ ରହିଛି ସାମଞ୍ଚସ୍ୟ ଏଠାରେ ଶିବରାତ୍ରୀ, ଦଶହରା ରଥଯାତ୍ରାରେ ସ୍ଵତନ୍ତ୍ର ପୂଜା ରହିଛି। ମହାଦେବଙ୍କ ସମେତ ମନ୍ଦିର ପରିସରରେ ଜଗନ୍ନାଥ, ଓ ମା’ ଦକ୍ଷିଣ କାଲି ଏକତ୍ର ପୂଜା ପାଉଛନ୍ତି । ୭ ଦିନଧରି ଅନୁଷ୍ଠିତ ଜାଗରଯାତ୍ରାରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ଛତିଶଗଡ଼ରୁ ଶତାଧିକ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇଥାନ୍ତି। ସେହିପରି ଦଶହରା ସମୟରେ ନବରାତ୍ର ପୂଜା ସହ ଦଶ ଭୁଜା ପୂଜା କରାଯାଇଥିବା ବେଳେ ମହାଷ୍ଟମୀ ଦିନ ଆର୍ଦ୍ଧ ରାତ୍ରରେ ଛାଗବଲି ଦିଅଯାଇଥାଏ । ଜାଗର ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ମହାଦେବଙ୍କ ଦର୍ଶନ ନିମନ୍ତେ ରାତ୍ର ୩ଟାରୁ ଭକ୍ତଙ୍କ ଗହଲି ହୋଇଥାଏ । ଜାଗଲ ଯାତ୍ରା ରାତିରେ ମନ୍ଦିର ସମ୍ମୁଖରେ ଥିବା ପାହାଡ ଶିଖରରେ ପଥରରେ ନିର୍ମିତ ଦୀପରେ ମହାଦୀପ ଲଗାଯାଏ ଯେଉଁଥିରେ ୧୨ ମାଣ ଘିଅ ସହ ସଲିତା ଭାବେ ଏକ ଗାମୁଛା ବ୍ୟବହାର କରାଯାଏ। ଏହି ଦୀପ ଜଳିବା ପରେ କଲ୍ୟାଣସିଂହପୁରରେ ଥିବା ଦେକସଗିରି ମନ୍ଦିରରେ ମହାଦୀପ
ଲାଗିଥାଏ ବୋଲି ଇତିହାସ କହୁଛି। ଲୋକକ କହିଁବା ଅନୁଯାୟୀ ମହାଦୀପ ଲଗାଇବା ପାଇଁ ପୂଜକ ପାହାଡ ଉପରେ ଚଢ଼ିବା ପୂର୍ବକ ଛାଗବଳି ପଡିଥାଏ ବୋଲି ସୂଚନା । ଜାଗର ଯାତ୍ରାରେ ଅନ୍ୟ କେଉଁ ଶୈବପାଠରେ ବଳିପ୍ରଥା ନଥିବାବେଳେ ଆଲ୍ୟୋକିକ ଶକ୍ତି ପୀଠରେ ଏହା ଏକ ଉଦାହରଣ।ପୁରାଣ ଗାଥା ଅନୁଯାୟୀ ମନ୍ଦିର ନିକଟ ପୋଖରୀରେ ଗୋଟିଏ କମ୍ କୋଟିଏ ଶିବଲିଙ୍ଗ ରହିଥିବା କୁହାଯାଏ। ସେହିପରି ପହାଡ଼ରେ ଥିବା ବଡ଼ ବଡ଼ ପଥରମାନ କିମ୍ବଦନ୍ତୀର ପ୍ରତୀକ ଭାବେ ବିଦ୍ୟମାନ ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ଓ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ସଦ୍ୟମ ପ୍ରଶଂସନୀୟ ଥିବା ବେଳେ ରାତ୍ରୀ ଯାପନ ପାଇଁ କୌଣସି ବ୍ୟବସ୍ଥା ନଥୁବାରୁ ଦୂର ଦୂରରୁ ଆସୁଥିବା ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାର ଏହି ପୁରାତନ ଶୈବପୀଠର ଉନ୍ନତି ହେବ ବୋଲି ଆଲୋଚନା ହେଉଛି।


