ମନ୍ଦିରରୁ ପୂଜା ସାରି ଫେରିବା ବେଳକୁ ବାଇକ୍ ଚୋରି, ଥାନାରେ ଲିଖିତ ଅଭିଯୋଗ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନନ୍ଦିଗ୍ରାମକୁ ଜାଗରଯାତ୍ରା ଦେଖିବା ପାଇଁ ଯାଇଥିବା ବେଳେ ଗାଡି ଚୋରି ଯାଇଥିବା ନେଇ ସୋମବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ହେଉଛନ୍ତି ଗୋଠଦା ଗ୍ରାମର ତ୍ରିଲୋଚନ ଗୋଚ୍ଛାୟତ। ତ୍ରିଲୋଚନଙ୍କ ଅଭିଯୋଗକ୍ରମେ ସେ ଓ ତାଙ୍କ ପରିବାର ନନ୍ଦିକେଶ୍ୱର ପୀଠକୁ ଜାଗର ଦେଖିବା ପାଇଁ ଯାଇଥିଲେ। ରାତ୍ରି ପ୍ରାୟ ସାଢେ ୧୦ଟା ସମୟରେ ମନ୍ଦିରରେ ପୂଜା ସାରି ଫେରିବା ବେଳେ ତାଙ୍କ ହିରୋହୁଣ୍ଡା ବାଇକ୍ ଟିକୁ ପାଇ ନଥିଲେ। ଗାଡିଟିକୁ ସେ ଗ୍ରାମର ପ୍ରବେଶ ପଥ ପାଣି ଟାଙ୍କି ପାଖରେ ରଖିଥିଲେ। ଗାଡିଟି ନ ପାଇବାରୁ ସେ ଗ୍ରାମ୍ୟ କମିଟି ଓ ସେଠାରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ