ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ଧରଣୀଧର ସାହୁ, ନିର୍ଦ୍ଦେଶକ ଆଇନଜୀବୀ ସଞ୍ଜୟ କୁମାର ଜେନା, ସନ୍ତୋଷ ପୋଥାଳ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା ଓ ଧିରେନ୍ଦ୍ର ଦାସ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀ ଆୟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟ ପକ୍ଷରୁ ହେଉଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପସଭାପତି ରମଣୀରଞ୍ଜନ ରାଉତରାୟ, ନିର୍ଦ୍ଦେଶକ ସତ୍ୟବ୍ରତ ସିଂହ,ଗୋଲେଖ ପରିଡା ଓ ଅକ୍ଷୟପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ