ବେଆଇନ ବାଲି ବୋଝେଇ ହାଇୱା ଜବତ କଲା ଖଣି ବିଭାଗ

ହାଟଡିହି (ଓ୍ବାଇଏନଏସ): ହାବଳେଶ୍ୱର ନିକଟରୁ ଖଣି ବିଭାଗ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଜବଦ କରିଛି। ଶହ ଶହ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବା ବେଳେ ମାତ୍ର ଦୁଇଟି ହାଇୱା ଧରାପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହାଟଡିହି ତହସିଲ ଅଞ୍ଚଳରେ ଥିବା ବାଲି ସୈରାତ ଗୁଡ଼ିକରୁ ନିୟମିତ ବେଆଇନ ଭାବେ ବିନା ଟ୍ରାଂଜିଟ ପରମିଟରେ ବାଲି ଉତ୍ତୋଳନ ହେଉଛି। କିନ୍ତୁ ଘାଟରୁ ଗାଡି ବାହାରିବା ବେକକୁ ଅନେକ ଗାଡ଼ିରେ ଅନୁଗୁଳ, ବଲାଙ୍ଗୀର, ଯାଜପୁର ଟିପି କଟାଯାଉଛି। ଖଣି ବିଭାଗର ଅଧିକାରୀ ମାନେ ଗାଡିଧରି ବାଲିଘାଟ ଅଞ୍ଚଳରେ ପାଇଁତରା ମାରୁଥିବା ବେଳେ ସେମାନେ ଏ ବାବଦରେ ଜାଣି ପାରୁ ନାହାନ୍ତି କିପରି। ନା ସବୁ ଜାଣି ଚୁପ ରହୁଛନ୍ତି। ଅଧିକାରୀ ଗାଡି ଚେକିଂ କଲେ ବାହାର ଜିଲ୍ଲାର ଟିପି ଦେଖାଇ ଖସିଯାଉଛନ୍ତି। ପ୍ରଶାସନକୁ ଭକୁଆ ବନେଇବା ପାଇଁ ମାଫିଆ ଙ୍କ ନୂଆ ତରିକା ସମ୍ପର୍କରେ ପ୍ରଶାସନ ଚୁପ ରହିବା ପ୍ରଶାସନ ର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ମଥୁରାପୁର ବୈତରଣୀ ପୋଲ ବିପଦ ସଂକୁଳ ଥିବାବେଳେ ତାହା ଉପର ଦେଇ ବଲାଙ୍ଗୀର ଅନୁଗୁଳ ରୁ ଗାଡି କିପରି ଆସୁଛି। ବଲାଙ୍ଗୀର, ଅନୁଗୁଳ ରୁ ଆସିବା ପାଇଁ ଏପଟେ ବହୁତ ଭଲ ଭଲ ରାସ୍ତା ଥିବାବେଳେ ଗାଁ ଗଣ୍ଡା ଭିତର ଦେଇ କିପରି ବାଲି ବୋଝେଇ ଗାଡି ଆସୁଛି ତାହା କଣ ପ୍ରଶାସନ ଜାଣି ପାରୁନି। ଆଜି ଖଣି ବିଭାଗର ଅଧିକାରୀ ହାବଳେଶ୍ୱର ନିକଟରୁ ଦୁଇଟି ବେ ଅଇନି ବାଲି ବୋଝେଇ ହାଇୱା ଜବଦ କରି ନନ୍ଦିପଦା ପୁଲିସକୁ ହସ୍ତାନ୍ତର କରିଛି। ଖାଲି ଗୋଟିଏ ଦୁଇଟି ଗାଡି ଜବାଦ କରି ଖଣି ବିଭାଗ ବାହାବା ନେବା ପରିବର୍ତ୍ତେ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାଶ, ବିଜେପି ନେତା ପ୍ରେମାନନ୍ଦ ମିଶ୍ର, ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞ ପ୍ରସାଦ ସାହୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ