ମୁସଲମାନ ସଂପ୍ରଦାୟର ଇଫ୍ତାର୍ ପାର୍ଟି ଆୟୋଜିତ
ଆସିକା, (ୱାଇଏନ୍ଏସ୍) ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ ମାସ ଅବସରରେ ସ୍ଥାନୀୟ ଜାମିଆ ମସ୍ଜିଦ୍ ପରିସରରେ ଏକ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଇଫ୍୍ତାର ପାର୍ଟିରେ ଆସିକା ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ମୁସଲମାନ୍ ସଂପ୍ରଦାୟର ଶ୍ରଦ୍ଧାଳୁଙ୍କୁ ପବିତ୍ର ରମଜାନ୍ ମାସର ଶୁଭେଚ୍ଛା ଜଣାଇବା ସାଙ୍ଗକୁ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥିଲେ । ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ୍ ମାସରେ ମାନସିକଧାରୀ ମାନେ ରୋଜା ରଖିଥାନ୍ତି । ଦିନ ସାରା ଉପବାସ ରହିବା ପରେ ସମୂହ ନମାଜ ପାଠ କରି ଇଫ୍୍ତାର ପାର୍ଟିରେ ଏକାଠିହୋଇଥାନ୍ତି । ଆସିକା ଜାମିଆ ମସଜିଦ୍ ପରିସରରେ ଅନୁଷ୍ଠିତ ଇଫ୍ତାର ପାର୍ଟିରେ ମୁସଲମାନ ସଂପ୍ରଦାୟର ଇମାମ୍ ମନ୍ନାନ୍, ଆଲତାଫ୍ ସରିଫ୍, ହୁସେନ୍ ସରିଫ୍, ଶେଖ୍ ସାଜିଦ୍, ମେହେମୁଦ୍ ସରିଫ୍, ସାୟାଜ୍ ଇମ୍ତିଆଜ୍, ହନିଫ୍ ସରିଫ୍, ମେହେମୁଦ୍ ଖାନ୍ଙ୍କ ସମେତ ବହୁ ଉପାସକ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମୁସଲମାନ ଧର୍ମାବଲମ୍ବୀଙ୍କ ବଡପର୍ବ ରମଜାନ୍ ମାସ ଚାଲିଛି। ଦିନବେଳା ମୁସଲମାନ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଭକ୍ତ ମାନେ ଦିନତମାମ୍ ଉପବାସ ରହି ରାତିରେ ରୋଜା ପାଳନ କରୁଛନ୍ତି। ରମଜାନ୍ ମାସ ମୁସଲମାନ ସମ୍ପ୍ରଦାୟର ପବିତ୍ରମାସ କୁହାଯାଉଥିଲା ବେଳେ ଏହି ମାସରେ ଦାନଧର୍ମ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଅତି ପୁରାତନ ଜାମିଆ ମସଜିଦ୍ରେ ମୁସଲମାନ୍ ସଂପ୍ରଦାୟର ଶ୍ରଦ୍ଧାଳୁ ଭକ୍ତଙ୍କ ପକ୍ଷରୁ ଆୟୋଜିତ ଇଫ୍ତାର ପାର୍ଟିରେ ଯୋଗଦେବାକୁ ଆସିଥିବା ବିଧାୟକ ସରୋଜ ପାଢୀଙ୍କ ସମେତ ବହୁ ସଚେତନ ନାଗରିକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । (ଫଟୋ ଯାଇଛି) (ଫଟୋ ଜରୁରୀ)


