ଟିଲୋ କପ ୨୦୨୬: ନିମପୁର ଓଡିଶା ଫାଇନାଲରେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ଶୁକ୍ରବାର ୮ମ ଦିନରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ନିମପୁର ଓଡିଶା ଓ ନେସ୍କେଜ୍ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିମପୁର ଓଡିଶା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୯ ଉଇକେଟ୍ ହରାଇ ୧୭୧ ରନ୍ କରିଥିଲା । ଦଳ ପକ୍ଷରୁ ରାଜେଶ ଧୁପେର ୪୭, ସୌମ୍ୟ ଲେଙ୍କା ୩୬, ରାମ ଚନ୍ଦ୍ର ବେହେରା ୨୧ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ନେସ୍କେଜ୍ ହାଇଦ୍ରାବାଦର ବୋଲର ନୋମାନ ମଞ୍ଜୁର ୩, କମଲ ଶର୍ମା ୨, ବିବେକ ସିଂହ ୨ ଉଇକେଟ ନେଇଥିଲେ । ଜବାବରେ ନେସ୍କେଜ୍ ହାଇଦ୍ରାବାଦ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୪୯ ରନ୍ କରି ପରାଜିତ ହୋଇଥିଲା । ଫଳରେ ନିମପୁର ଓଡିଶା ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ନେସ୍କେଜ ହାଇଦ୍ରାବାଦର ବିବେକ ସିଂହ ୪୫, ସୁବାଷ ସିଂହ ୪୩ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ନିମପୁର ଓଡିଶାର ବୋଲର ରାମ ଚନ୍ଦ୍ର ବେହେରା ୩ ଏବଂ ତାରିଣୀ ସା ଓ ରାକେଶ ପଟ୍ଟନାୟକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ରାମ ଚନ୍ଦ୍ର ବେହେରାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଆଜିର ମ୍ୟାଚରେ ଅମ୍ପାୟର ବିଭୁ ପ୍ରସାଦ ମିଶ୍ର, ଅଶୋକ କୁମାର ରାଉତ, ସ୍କୋରର ସୌରଜିତ୍ ସାହୁ ଦାୟୀତ୍ୱ ତୁଲାଇଥିଲେ । ଆସନ୍ତାକାଲି(ଶନିବାର) ୨ୟ ସେମି ଫାଇନାଲ ମ୍ୟାଚ୍ ସି.ଏ.ଜି ଦିଲ୍ଲୀ ଓ ଏ ଏଣ୍ଡ ଏସ କୋଲକତା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ