ପିଏମ କିଷାନ ଉତ୍ସବ ଦିବସ ପାଳିତ
ବାଲେଶ୍ୱର,(ସରୋଜ ପଣ୍ଡା): ପିଏମ କିଷାନ ଉତ୍ସବ ଦିବସ ପାଳିତ ହାେଇଯାଇଛି। ଆସାମର ଗୁଆହଟିରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି ଟଙ୍କା ଭାରତର କୃଷକ ଭାଇଭଉଣୀ ମାନଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ କୃଷକ ଭାଇଭଉଣୀ ମାନେ ଗୁଆହାଟିରେ ଚାଲିଥିବା ପିଏମ କିଷାନ ଉତ୍ସବ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ଜରିଆରେ ଦେଖିଥିଲେ । ଓଡ଼ିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ବ କୃଷକ ମାନଙ୍କୁ ପିଏମ କିଷାନ ଯୋଜନାର ୨୨ ତମ କିସ୍ତିର ୬୮୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସମ୍ମାନୀତ ଅତିଥି, ସରକାରୀ ଅଧିକାରୀ, କର୍ମଚାରୀ ଓ କୃଷକ ଭାଇଭଉଣୀ ମାନେ ଉପସ୍ଥିତ ଥିଲେ।


