କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ୟ୍ୟକ୍ରମ ତେଣ୍ଟୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଫ୍,ଏଲ୍ ଏନ୍ ଶ୍ରେଣୀ ଗୃହରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସିଆରସିସି ପିତାମ୍ଵର ପରିଡାଙ୍କ ତତ୍ତ୍ୱବଧାନରେ ଦୁଇ ଦିନ ବ୍ୟାପି ଆୟୋଜିତ କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପାଞ୍ଜୁଲତା ଦାସ,ଶିକ୍ଷକ ଅକ୍ଷୟ କୁମାର ମହାନ୍ତି, ସୁଶାନ୍ତ କୁମାର ଜେନା, ସ୍ଵର୍ଣ୍ଣଲତା ବରାଳ , ନିଳିମା ବିଶ୍ବାଳ, ରଶ୍ମିରଞ୍ଜନ ଦାସ,ଲିଲି ସ୍ବାଇଁ, ସ୍ମିତାବାଳା ପ୍ରଧାନ, ବିଜୟଲକ୍ଷ୍ମୀ ସ୍ବାଇଁ, ପ୍ରତାପ ଚନ୍ଦ୍ର ସ୍ବାଇଁ, ସବିତା ଦାସ, ପଦ୍ମାବତୀ ସିଂ, ପ୍ରଫୁଲ ସାହୁ, ଅର୍ଜୁନ ଚରଣ ମୁଦୁଲି, ଚାରୁଲତା ସାହୁ,ରୋଜିନା ମୁଦୁଲି, ମୀନା ବେହେରାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ବିନା ମୂଲ୍ୟ ଓ ସ୍ବଳ୍ପ ମୂଲ୍ୟ ବିନିମୟରେ ନଡିଆ କତା, ସୋଲ, ବାଉଁଶ କାଠି, ମାଟି, ରଙ୍ଗୀନ କାଗଜ ଓ ରଙ୍ଗ ତୂଳୀ ବ୍ୟବହାର କରି ଅନେକ ରଙ୍ଗୀନ ଓ ଆକର୍ଷଣୀୟ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଏହି ଶିକ୍ଷଣ ସାମଗ୍ରୀ ଗୁଡିକ ପ୍ରାରମ୍ଭିକ ପର୍ୟ୍ୟାୟର ପିଲାମାନଙ୍କ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ଉପଯୋଗୀ ହୋଇଥିବା ସିଆରସିସି ପରିଡ଼ା ମତବ୍ୟକ୍ତ କରିଛନ୍ତି।


