ନବବିବାହିତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ବୁଗୁଡା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ଜନୈକ ନବବିବାହିତ ଯୁବକଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ମୃତ ଯୁବକ ଜଣକ ହେଲେ ସୁଶାନ୍ତ କୁମାର ଗୌଡ (୨୬)। ଏ ନେଇ ବୁଗୁଡା ପୋଲିସ ଥାନାରେ କେଶ ନଂ ୮/୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ବେତାର ସିଂ ଗ୍ରାମରେ ଚାଲିଥିବା ନାଟକ ମଙ୍ଗଳବାର ଅପରାହ୍ନରେ ସରିବା ପରେ ସୁଶାନ୍ତ ଘରକୁ ଆସି ଶୋଇଥିଲେ I ତେବେ ସନ୍ଧ୍ୟା ବେଳକୁ ତାଙ୍କୁ ଘର ଲୋକେ ଯେତେ ଉଠାଇଲେ ବି ସେ ଉଠିନଥିଲେ I ଫଳରେ ଘର ଲୋକଙ୍କ ମନରେ ସନ୍ଦେହ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଆଣିଥିଲେ। ମେଡ଼ିକାଲରେ ଡ଼ାକ୍ତର ସୁଶାନ୍ତ କୁମାର ଗୌଡଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥ‌ିବା ଜଣାଯାଇଛି I ସେ ସାତ ମାସ ହେବ ବିବାହ କରିଥିବା ବେଳେ ତାଙ୍କର ଏହି ଅକାଳ ମୃତ୍ୟୁରେ ବେତାରସିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ