ଟିକିରି ସରସ୍ବତୀଶିଶୁମନ୍ଦିର ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାଷ୍ଟ୍ରୀୟ ନବବର୍ଷ  ଚୈତ୍ର ଶୁକ୍ଳପ୍ରତିପଦା  ଯୁଗାଦ୍ଦ ୫୧୨୮ ସମ୍ବତ ୨୦୮୩ ଏହି ଅବସରରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସରସ୍ବତୀଶିଶୁମନ୍ଦିର ଠାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁଷ୍ପକେତୁ ସାହୁ ଙ୍କ ତତ୍ବାବଦନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସଂଙ୍ଘର ପ୍ରାନ୍ତ ସଞ୍ଚାଳକ ଆର ଚକ୍ରଧର ରାଓ ଯୋଗଦେଇ  ଦିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସେ ଶିଶୁ ମାନଙ୍କ ଉକ୍ତ ଦିବସ ସମ୍ପର୍କରେ ଉଦେଶ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ପରିଚାଳନା ସମିତି ର ସମ୍ପାଦକ ପଦ୍ମନାଭ ମହାନ୍ତି ଉପସ୍ତିତରେ ଶିଶୁ ମାନଙ୍କୁ ଏହି ଦିବସ ବିଷୟ ରେ କହିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଶିଶୁ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ୟ୍ଯନ୍ତ ପଥ ସଞ୍ଚଳନ କରାଯାଇଥିଲା।ପ୍ରଧାନାଚାର୍ଯ୍ୟ ପୁସ୍ପକେତୁ ସାହୁଙ୍କ ଦ୍ବାରା ସମସ୍ତ ଗୁରୁଜୀ ‎ଗୁରୁମା କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।ଏଥିରେ ଗ୍ରାମର ଯୁବଗୋଷ୍ଠୀ ସମାଜସେବୀଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ