ଭାରତୀୟ ବିରଳ ମୃତ୍ତିକା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ଶୁଭାରମ୍ଭ ସମାରୋହ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ମାଟିଖାଲ ଠାରେ ଥିବା ଭାରତୀୟ ବିରଳ ମୃତ୍ତିକା କମ୍ପାନି (ଆଇଆରଇଏଲ୍‌)ରେ ଯେପରି ସ୍ଥାୟୀ କର୍ମଚାରୀମାନଙ୍କୁ କମ୍ପାନି ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ସେହିଭଳି କମ୍ପାନିରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ମଧ୍ୟ ସମାନ ସୁବିଧା ସୁଯୋଗ ଉପଲବ୍ଧ କରାଯିବା ପରିପ୍ରେକ୍ଷୀରେ ଭାରତୀୟ ବିରଳ ମୃତ୍ତିକା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସର୍ବଦା କାର୍ଯ୍ୟ କରିବ ବୋଲି ଆଜି ଛତ୍ରପୁର ନିକଟ ମା’ଉଜ୍ୱଳଶ୍ୱରୀ ମନ୍ଦିର ଠାରେ ସଂଘର ଶୁଭାରମ୍ଭ ସମାରୋହ ଏବଂ ସାଧାରଣ ବୈଠକରେ ସମସ୍ତ କର୍ମକର୍ତ୍ତା ଏବଂ ଅତିଥି ମାନେ ତାଙ୍କରି ବକ୍ତବ୍ୟ ରଖିଥିଲେ । ଭାରତୀୟ ବିରଳ ମୃତିକା କର୍ମଚାରୀ ସଂଘକୁ ସୀକୃତି ମିଳିବା ପରେ ଆଜି ଏହାର ଶୁଭଆରମ୍ଭ ହୋଇଛି l  ଏହା ସହିତ ସଂଘର ଏକ ସାଧାରଣ ବୈଠକ ସଭାପତି ପି.ଧର୍ମା ରେଡ୍ଡୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଏହି ସଂଘ ଶ୍ରମିକମାନଙ୍କର ସଂଗଠିତ ଶକ୍ତିକୁ ସୁଦୃଢ଼ କରିବାରେ ନିଶ୍ଚିତ ଭାବେ ସହାୟକ ହେବା ସହ ଶ୍ରମିକମାନଙ୍କ ଅଧିକାର ସୁରକ୍ଷା, ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ଓ ସେମାନଙ୍କର ନ୍ୟାୟସଂଗତ ଦାବି ପୂରଣରେ ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ଭୂମିକା ନିର୍ବାହ କରିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ ।    ସଂଘ ଯେଉଁ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଛି ତାହା ପ୍ରଶଂସାରପାତ୍ର ଏବଂ ଏହାକୁ  ସେ ସବୁବେଳେ ସହଯୋଗ କରି ଆସିବି ବୋଲି କହିଥିଲେ ।  ଅନ୍ୟତମ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ପ୍ରମୋଦ କୁମାର ସାହୁ,କର୍ମଚାରୀ ସଂଘର ଉପଦେଷ୍ଟା ତଥା ଆଇନଜୀବୀ ଦୀପକ କୁମାର ପଟ୍ଟନାୟକ ଓ ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ରହିଥିଲେ । ସେହିପରି ଭାରତୀୟ ବରିଳ ମୃତିକା ଚୁକ୍ତିଭିତିକ କର୍ମଚାରୀ ସଂଘର ସଂପାଦକ ସୁଧାକର ମହାରଣା, ଉପସଭାପତି ମନୋରଞ୍ଜନ ବେହେରା, ସହ ସଂପାଦକ ଲକ୍ଷ୍ମୀ ନାରାୟଣ ପ୍ରଧାନ, ଯୁଗ୍ମ ସଂପାଦକ ଅଯୋଧ୍ୟା ପରିଡା ଓ କୋଷାଧ୍ୟକ୍ଷ ପି.ସିମାଦ୍ରୀ ପ୍ରମୁଖ ସଂଘର ଉଦ୍ଦେଶ୍ୟ ନେଇ ବକ୍ତବ୍ୟ ରଖିଥିଲେ । ବୈଠକରେ ଯୋଗଦେଇଥିବା ଶ୍ରମିକନେତା ଶଙ୍କର ପ୍ରସାଦ ଦାଶ, ପ୍ରଶାନ୍ତ କର, ଏସ୍‌.ଚକ୍ରପାଣି ରେଡ୍ଡୀ, ନାରୀନେତ୍ରୀ ନିଳାନ୍ଦ୍ରୀ ପ୍ରଧାନ, କଣମଣା ପଂଚାୟତ ନାଏବ ସରପଂଚ ପ୍ରଶାନ୍ତ କୁମାର ବେହେରା, ବି.ସିମାଦ୍ରୀ, ପ୍ରଫୁଲ ପଣ୍ଡା, ମନୋଜ କୁମାର ବେହେରା, ବାଦଲ କୁମାର ବେହେରା ଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ