୨୪ରେ ଜଗନ୍ନାଥପୁରରେ ମା’ବାସନ୍ତୀ ଦୁର୍ଗା ପୂଜା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ଆସନ୍ତା ୨୪ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୪ତାରିଖରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବ। ୨୫ତାରିଖରେ ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯିବ। ୨୬ତାରିଖରେ ମହାଷ୍ଟମୀ ଓ ସନ୍ଧିପୂଜା କରାଯିବା ସହ ୨୭ତାରିଖ ଶ୍ରୀରାମନବମୀରେ ମହାନବମୀ ବିହିତ ପୂଜା, ଚଣ୍ଡୀପାଠ, ନବକୁମାରୀ ପୂଜା, ଗୀତାହୁତି, ଚଣ୍ଡୀ ଆହୁତି, ପୂର୍ଣ୍ଣ ଆହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ୨୮ ତାରିଖରେ ବିଜୟା ଦଶମୀ ଅବସରରେ ମା’ବାସନ୍ତୀକ ଦଶମୀ ବିହିତ ପୂଜା, ଅପରାଜିତା ପୂଜା, ସମୁହ ପୁଷ୍ପାଞ୍ଜଳି, ପୂର୍ଣ୍ଣ ଆଳତୀ, ବଳୟଧାରଣ, ଅଳତା ଓ ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣୀ, ଘଟକଳସ ଓ ନବପତ୍ରିକା ବିସର୍ଜ୍ଜନ ହେବ। ୩୦ତାରିଖ ଅପରାହ୍ନରେ ମା’ ବାସନ୍ତୀଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜ୍ଜନ କରାଯିବ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୨୫ତାରିଖରେ ଫନ୍ ଆଣ୍ଡ ଲର୍ନ ଡ୍ୟାନ୍ସ, ୨୬ରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣଙ୍କ ଆଧ୍ୟାତ୍ମିକ ପ୍ରବଚନ, ୨୭ରେ ମେଲୋଡି ରକଷ୍ଟାର ପକ୍ଷରୁ ମେଲୋଡି, ୨୮ ଓ ୨୯ତାରିଖ ଦୁଇଦିନ ଧରି ମୟୁର ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବାସନ୍ତୀ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।


