୧୯୯୬ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଙ୍ଗେଶ୍ୱର ପଡା ସରକାରୀ ଉଚ୍ଚବିଦ୍ୟାଳୟର ୧୯୯୬ମସିହା ଛାତ୍ର ଛାତ୍ରୀମାନଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ବ୍ୟାଚର ପିଲାମାନେ ପ୍ରତିବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରନ୍ତି ମାତ୍ର ଏବର୍ଷ ୩୦ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁ ମିଳନ ସହ ଗୁରୁପୂଜନ କାର୍ଯ୍ୟକ୍ରମ ହୋଇଥିଲା | ବିଦ୍ୟାଳୟ ରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ଦାସ ଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ lସ୍କୁଲର ଶିକ୍ଷକ ସେତେବେଳେ ଯେଉଁମାନେ ପଢ଼ାଉଥିଲେ ସେମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା l ପରେ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଆଶୀର୍ବାଦ ବଚନ ପ୍ରଦାନ କରିଥିଲେ l ଭଗବାନ ଦାସ ଜଣେ ଛାତ୍ରବତ୍ସଳ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଓ ସର୍ବୋପରି ତାଙ୍କ ଆତ୍ମା ଏବେ ମଧ୍ୟ ସ୍କୁଲ ପରିସରରେ ଅଛି ବୋଲି ଶିକ୍ଷକମାନେ ଆଲୋଚନା କରିଥିଲେ lଦିର୍ଘ ୩୦ବର୍ଷ ପରେ ଗୋଟିଏ ଯାଗାରେ ନିଜ ପ୍ରିୟ ବିଦ୍ୟାଳୟରେ ଏକତ୍ରିତ ହୋଇ ନିଜର ପୁରୁଣା ଦିନର ଅନୁଭୁତିକୁ ବଖାଣିବା ସହିତ ବେଶ ଭାବବିହ୍ବଳ ହୋଇପଡ଼ିଥିବା ଦେଖାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଦିଲ୍ଲୀପ ବିଶ୍ୱାଳ,ଜ୍ଞାନ ରଞ୍ଜନ ବିଶ୍ୱାଳ, ଅଜିତ ଓଝା ଆୟୋଜନ କରିଥିବା ବେଳେ ସୁଶାନ୍ତ ସେଣ, ସୂର୍ଯ୍ୟ ନାରାୟଣ ମହାନ୍ତି,ଅତୀଶ ପାତ୍ର, ସମିନା ଲେଙ୍କା,ମାନସ ନାୟକ, ବାବୁ ପ୍ରଧାନ, ଦିଲ୍ଲୀପ ପରିଡା, ଯଶୋବନ୍ତ ସ୍ୱାଇଁ, ଉମେଶ ସ୍ୱାଇଁ, ପପି ବିଶ୍ୱାଳ, ବିନୋଦ ରାଉତ ଜ୍ଞାନରଞ୍ଜନ ସ୍ୱାଇଁ, ସମୀର ମଲ୍ଲିକ,ଅଧିପ ମୁଦୁଲି, ସ୍ମୃତିରାଜ ରାଉତ,ମାମି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।


