୩ ବ୍ୟାଙ୍କ ଅଧିକାରୀ ଗିରଫ
ଭୁବନେଶ୍ୱର: ଜାଲ ଦସ୍ତଖତରେ ଟଙ୍କା ଉଠାଇବା ଅଭିଯୋଗରେ ପୁଲିସ ୩ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି । ସମ୍ବଲପୁର ମୋବାଇଲର ଆସିଆଇସିଆଇ ବ୍ୟାଙ୍କ ଶାଖାର ୩ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର ଓ ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ । ଏମାନେ ରେଙ୍ଗାଳି ବିଡିଓଙ୍କ ଦସ୍ତଖତକୁ ଜାଲ କରି ସେଲ୍ଫଚେକରେ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଉଠାଇ ନେଇଥିଲେ । ଓଲଡ ଏଜ ପେନସନ ଆକାଉଣ୍ଟରୁ ଟଙ୍କା ହଡ଼ପ ନେଇ ଗତ ୨୪ ତାରିଖ ଦିନ ବିଡିଓ ଠେଲିକୁଲି ଥାନାରେ ଅଭିଯୋଗ କରିଥିଲେ ।


