ବିଜେପି ମଣ୍ଡଳ ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ବିଜେପି ମଣ୍ଡଳ ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉପ ସଭାପତି ଭୀମ ବେହେରାଙ୍କ ଅଧ୍ୟକ୍ଷତା ଓ ବର୍ଗ ପ୍ରମୁଖ ଯୁବନେତା ପଦ୍ମ ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଉପସଭାପତି ସୁଶୀଳା ସରାଫ,ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା, ପୂର୍ବତନ ଜିଲ୍ଲା ସମ୍ପାଦକ ରମେଶ ସାମନ୍ତ, ବିଷମକଟକ ନିର୍ବାଚନ ମଣ୍ଡଳୀ ସାମାଜିକ ଗଣମାଧ୍ୟମ ପ୍ରମୁଖ ଧନୁ କୁଷୁଲିଆ,ଯୁବନେତା ରୁଦ୍ର ମୂଗୁଲି,ସୁବାସ ପ୍ରାସ୍କା ପ୍ରମୁଖ ଉପସ୍ଥିତ ରହି ଏହି ବର୍ଗରେ ଭିନ୍ନ ଭିନ୍ନ ୮ଗୋଟି ସତ୍ରରେ କାର୍ଯ୍ୟକ୍ରମ ବିସ୍ତାର,ବିଜେପିର ଇତିହାସ ଓ କ୍ରମ ବିକାଶ,ବୁଥ ପରିଚାଳନା,ଆମ ବିଚାରଧାରା,କାର୍ଯ୍ୟ ପଦ୍ଧତି, ସରକାରଙ୍କ ସଫଳତାର କାର୍ଯ୍ୟାନ୍ଵୟନ,ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ପରିଚାଳନା ବିଷୟ ବସ୍ତୁ ଉପରେ ପ୍ରଶିକ୍ଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବରିଷ୍ଠ ନେତୃବର୍ଗ ପୁରନ୍ଦର କାଡ୍ରାକା, ଭାନୁ ପ୍ରତାପ ରାଓ,ଟୁନା କରକାରିଆ, ଜଗା ଶବର,ଗରିବ ଗରଡ଼ିଆ, ମିନ ଗୌଡ଼,ଝୁଲୁଆ ନାୟକ, ଚୈତନ୍ୟ ହାତୀ,ରଞ୍ଜନ ସାହୁକାର, ଭବାନୀ ସାହୁକାର, ସରୋଜ ଗୌଡ଼,ରମେଶ ଗୌଡ଼,କୈଳାଶ ବେହେରା,ନରେନ୍ଦ୍ର ନାଗ,ରାକେଶ ଶିକା, ଆଲିବାନ ବାଗ,ଅନନ୍ତ କୁସୁଳିଆ,ଦେବେନ୍ଦ୍ର ଡଙ୍ଗରି, ଦୁର୍ଯ୍ୟଧନ ତୁଇକା,ଚନ୍ଦ୍ର ପିଡ଼ିକାକା,ସୁଦାମ କାଡ୍ରାକା, ଓମ ପ୍ରକାଶ ସୂର୍ଯ୍ୟ ପ୍ରମୁଖ ଯୁବନେତା ଶିବିରରେ ଉପସ୍ଥିତ ରହି ଶୀବିରାର୍ଥି ମାନଙ୍କୁ ମାର୍ଗଦର୍ଶନ କରିଥିଲେ।


