ପର୍ଯ୍ୟଟନ ବିଭାଗ ଫୋକସରେ ଦୁଇ ଐତିହାସିକ ଶୈବ ପୀଠ ବିକାଶ ନେଇ ଜିଲ୍ଲାପାଳଙ୍କୁ ଚିଠି

ଗୁଣପୁର,(ୱାଇ ଏନ ଏସ):ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅନୁଶାସନ ସଚିବ ରାୟଗଡ ଜିଲ୍ଲାପାଳଙ୍କୁ ପତ୍ରମାଧ୍ୟମରେ ପଦ୍ମପୁର ସଦର ରେ ରହିଥିବା ଦୁଇ ଐତିହାସିକ ଶୈବ ପୀଠ ମଲ୍ଲିକେଶ୍ଵର ଓ ନୀଳକଣ୍ଠେକେଶ୍ଵର ମନ୍ଦିରକୁ ଏକ ପ୍ରତ୍ନତାତ୍ତ୍ବିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା ଏବଂ ବିକାଶ କରିବା ସମ୍ବନ୍ଧୀୟ ପ୍ରସ୍ତାବର ସମ୍ଭାବ୍ୟତାକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପଦ୍ମପୁର ସାମାଜିକ କର୍ମୀ ସୁଦର୍ଶନ ପାଢ଼ୀଙ୍କ ଦ୍ୱାରା ଐତିହାସିକ ଶୈବ ପୀଠ ମଲ୍ଲିକେଶ୍ଵର ଓ ନୀଳକଣ୍ଠେକେଶ୍ଵର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୨.୦୨.୨୦୨୬ ରିଖରେ ଦାଖଲ ହୋଇଥିବା ଆବେଦନ ପତ୍ର ହିସାବ ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି। ରାୟଗଡ଼ା ଜିଲ୍ଲାର ପଦ୍ମପୁର, ଧର୍ମକୀର୍ତ୍ତି ବିହାରରେ ଥିବା ୭ମ ଶତାବ୍ଦୀର ପୁରାତନ ବୌଦ୍ଧ ମନ୍ଦିର ଭଗବାନ ମଲ୍ଲିକେଶ୍ୱର ଏବଂ ନୀଳକଣ୍ଠେଶ୍ୱର ମନ୍ଦିରକୁ ଏକ ପ୍ରତ୍ନତାତ୍ତ୍ବିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା ଏବଂ ବିକାଶ କରିବା ସମ୍ବନ୍ଧୀୟ ପ୍ରସ୍ତାବର ସମ୍ଭାବ୍ୟତାକୁ ଯାଞ୍ଚ କରିବା ସହ ଏହା ସମ୍ବନ୍ଧରେ ଏକ ବିସ୍ତୃତ ରିପୋର୍ଟ ଏହି ବିଭାଗକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦାନ କରିବା ନେଇ ଚିଠି ରେ ଉଲ୍ଲେଖ ରହିଛି। ଏ ନେଇ ସୁଦର୍ଶନ ପାଢ଼ୀ କହିଛନ୍ତି ଯେ ପଦ୍ମପୁର ଏବଂ ଆଖପାଖ ଅଞ୍ଚଳରେ ଏକ ପର୍ଯ୍ୟଟନ କରିଡ଼ର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପଦ୍ମପୁର ନୀଳକଣ୍ଠେଶ୍ଵର ଏବଂ ମଲ୍ଲିକେଶ୍ୱର ମନ୍ଦିର, ଏହା ସହ ପ୍ରଫେସର୍ ଧର୍ମକୀର୍ତ୍ତିଙ୍କ ସମ୍ପର୍କ, ନିକଟସ୍ଥ ଶବର ସଂସ୍କୃତିର ମାତାରବନାମ ମନ୍ଦିର ତଥା କେନ୍ଦୁଗୁଡ଼ା ବଡନାଳ ଜଳ ପ୍ରକଳ୍ପ ଏସବୁର ଏକତ୍ର ପ୍ୟାକେଜ ହେଲେ ଆମ ଅଞ୍ଚଳକୁ ପର୍ଯ୍ୟଟକ ବଢ଼ିବେ ଓ ଆମ ଅଞ୍ଚଳର ଯଥେଷ୍ଟ ବିକାଶ ହେଇପାରିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଆସିବା ପରେ ପଦ୍ମପୁର ରେ ପର୍ଯ୍ୟଟନ ବିକାଶ ହେବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ