ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଗାଙ୍ଗପୁର,(ସନ୍ତୋଷ କୁମାର ବିଶୋଇ):କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମର ସ୍ୱରୂପ ରବିବାର ଦିନ ଏକ ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ମୋତି ଦମନ ସ୍ଥିତ ସରକାରୀ ହସ୍ପିଟାଲ ରକ୍ତଦାନ କେନ୍ଦ୍ରରେ ଆୟୋଜିତ କରିଛନ୍ତି l ଏହି ରକ୍ତଦାନ ଶିବିରରେ ୨୧ ଜଣ ରକ୍ତଦାତା ଯୋଗ ଦେଇ ସ୍ଵେଚ୍ଛାକୃତ ରକ୍ତଦାନ କରିବା ସହ ଖୁସି ପ୍ରକଟ କରିଥିଲେ I ବହୁ ସଂଖ୍ୟା ରେ ସ୍ବେଛାସେବୀ ସଂଗଠନ ତରଫରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ପୁଷ୍ପଗୁଚ୍ଛ,ଉପହାର ଏବଂ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ସଂଗଠନ ର ସଦସ୍ୟ ମାନେ ପ୍ରକାଶ କରିଥିଲେ l ଜଗନ୍ନାଥ ସଂସ୍କୃତି ସହିତ ମାନବ ସେବା ହିଁ ମାଧବ ସେବା ଧର୍ମର ପ୍ରଚାର, ପ୍ରସାର ଏବଂ ଜନ ସେବା କ୍ଷେତ୍ରରେ ଦମନ ସ୍ଥିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନଙ୍କ ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ